Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର ...

  • ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ...

  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ...

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ...

  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ...

  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ...

  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ...

  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ...

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ...

Home ›› ››ଅସହ୍ୟ ତାତି ସହୁଛନ୍ତି ପଶ୍ଚିମ ଓଡ଼ିଶାବାସୀ, ଉପକୂଳରେ ପ୍ରବଳ ଗୁଳୁଗୁଳି

ଅସହ୍ୟ ତାତି ସହୁଛନ୍ତି ପଶ୍ଚିମ ଓଡ଼ିଶାବାସୀ, ଉପକୂଳରେ ପ୍ରବଳ ଗୁଳୁଗୁଳି

2026-05-22 10:18:23
13960
Share:
Facebook
Twitter
E-Mail
WhatsApp
Telegram
ଅସହ୍ୟ ତାତି ସହୁଛନ୍ତି ପଶ୍ଚିମ ଓଡ଼ିଶାବାସୀ, ଉପକୂଳରେ ପ୍ରବଳ ଗୁଳୁଗୁଳି

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଛି। ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁଁ ପଶ୍ଚିମ ଓଡ଼ିଶାବାସୀ ଅସହ୍ୟ ତାତି ସହୁଛନ୍ତି। ପଶ୍ଚିମ ଓଡ଼ିଶାକୁ ଉତ୍ତର- ପଶ୍ଚିମ ଦିଗରୁ ଗରମ ଶୁଷ୍କ ପବନ ପ୍ରବାହିତ ହେଉଛି। ପୁଣି ପଶ୍ଚିମାଞ୍ଚଳ ଆକାଶ ମେଘମୁକ୍ତ ରହିବା ସହ ବାୟୁମଣ୍ଡଳରେ ଜଳୀୟ ବାଷ୍ପ କମ୍ ରହୁଛି। ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ୁଛି। ଅପରପକ୍ଷରେ ଉପକୂଳ ଓଡ଼ିଶାରେ ପ୍ରବଳ ମାତ୍ରାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶା ପରି ଉପକୂଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉନାହିଁ, ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ପରିମାଣ ଅଧିକ ରହିବା ହେତୁ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି।
ଗୁରୁବାର ଦିନ ତାପମାତ୍ରା ୪୫.୫ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏଠାରେ ମଙ୍ଗଳବାର ଦିନ ତାପମାତ୍ରା ୪୪.୬ ଡିଗ୍ରୀ ଥିବାବେଳେ ବୁଧବାର ୪୬ ଡିଗ୍ରୀରେ ପହଞ୍ଚିଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଝାରସୁଗୁଡ଼ାରେ ଗ୍ରୀଷ୍ମ ଋତୁର ରୂପରେଖ ସମ୍ପୂର୍ଣ୍ଣ ବଦଳିଛି।

ହୀରାକୁଦ ଓ ଟିଟିଲାଗଡ଼ରେ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ଥିବାବେଳେ ବଲାଙ୍ଗିରରେ ୪୪.୬, ସୁବର୍ଣ୍ଣପୁରରେ ୪୪.୩, ବୌଦ୍ଧରେ ୪୪.୨ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ୪୩.୬, ତାଳଚେରରେ ୪୩.୮ ଡିଗ୍ରୀ ରେକର୍ଡ଼ ହୋଇଛି। ଭୁବନେଶ୍ବରରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୪୨.୨ ଡିଗ୍ରୀ ଥିବାବେଳେ କଟକରେ ପାରଦ ୪୦.୨ ଡିଗ୍ରୀ ଛୁଇଁଛି। ରାଜ୍ୟର ୨୪ଟି ସ୍ଥାନରେ ପାରଦ ଉପରମୁହାଁ ହୋଇ ୪୦ରୁ ୪୫.୫ ଡିଗ୍ରୀ ମଧ୍ୟରେ ରହିଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ପଶ୍ଚିମ ଓଡ଼ିଶାରେ ଦିନ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ କରିବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଏବଂ ନୟାଗଡ଼ ଜିଲାକୁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୋଳ, ଭଦ୍ରକ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲାକୁ ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ତଳେ ରହୁଛି ସତ, ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ୭୦ରୁ ୮୦% ରହୁଛି। ତେଣୁ କମ୍‌ ତାପମାତ୍ରା ରହୁଥିଲେ ମଧ୍ୟ ଅଧିକ ତାପମାତ୍ରା ଭଳି ସ୍ଥିତି ଅନୁଭବ ହେଉଛି। ବାଲେଶ୍ବର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଜିଲାକୁ ଗରମ ସହିତ ଗୁଳୁଗୁଳି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

Powered by Froala Editor

Tags Temperature

Related articles Odisha News Lens 4.1

  • ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହମଜା ବୁରହାନକୁ ଗୁଳି କରି ହତ୍ୟା

    13977
    May 21, 2026
  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’
    ଦେଶ-ଦେଶାନ୍ତର

    କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

    13342
    May 22, 2026
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର
    ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14729
    May 22, 2026
  • ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା
    ଦେଶ-ଦେଶାନ୍ତର

    ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା

    13690
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’
    ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15672
    May 21, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15239
    May 21, 2026
  • ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ
    ଦେଶ-ଦେଶାନ୍ତର

    ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ

    13510
    May 22, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା :  ମୁଫତେଶକୁ ଏନକାଉଣ୍ଟର
    ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14805
    May 21, 2026
  • ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ
    ଦେଶ-ଦେଶାନ୍ତର

    ବେଙ୍ଗାଲୁରୁ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା, ୧୮୧ ଯାତ୍ରୀ ସୁରକ୍ଷିତ

    13606
    May 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15672
    May 21, 2026
  • ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14729
    May 22, 2026
  • ଦେଶ-ଦେଶାନ୍ତର

    କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

    13342
    May 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16872
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17488
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17539
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17924
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14550
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14310
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14440
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15502
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15115
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15414
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15154
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15647
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13977
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    15239
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15672
    May 21, 2026
  • କାର୍ଯ୍ୟାନୁଷ୍ଠାନ ପରେ ନୂଆ ଆକାଉଣ୍ଟ ସହ ଫେରିଲା ‘କକ୍‌ରୋଚ ଜନତା ପାର୍ଟି’

    13342
    May 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In