ଜୁନ୍ ୧୮ରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ
୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ୧୦ଟି ରାଜ୍ୟରେ ଜୁନ୍ ଓ ଜୁଲାଇ ମାସରେ ଖାଲି ହେବାକୁ ଥିବା ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କମିଶନ ଆଧିକାରିକ ଭାବେ ତାରିଖ ଘୋଷଣା କରିଛନ୍ତି। ଏହା ସହିତ ମହାରାଷ୍ଟ୍ର ଏବଂ ତାମିଲନାଡୁର ଦୁଇଟି ରାଜ୍ୟସଭା ଆସନ ପାଇଁ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ।
ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ୧୦ଟି ରାଜ୍ୟର ୨୪ଟି ଆସନ ପାଇଁ ଭୋଟ୍ ୧୮ ଜୁନରେ ଅନୁଷ୍ଠିତ ହେବ । ୮ ଜୁନ୍ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ ଏବଂ ୯ ଜୁନରେ ଯାଞ୍ଚ ଆରମ୍ଭ ହେବ । ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ । ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସନ୍ଧ୍ୟାରେ ଭୋଟ୍ ଗଣନା କରାଯିବ । ଜୁନ୍ ୨୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ହେବ ।
ଜୁନ୍-ଜୁଲାଇ ୨୦୨୬ରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଭାରତର ନିର୍ବାଚନ କମିଶନ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି। ୧୦ଟି ରାଜ୍ୟର ସଦସ୍ୟମାନଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍ ୨୧ ରୁ ଜୁଲାଇ ୧୯ ମଧ୍ୟରେ ଶେଷ ହେଉଥିବାରୁ ଏହି ନିର୍ବାଚନ କରାଯାଉଛି। ଆନ୍ଧ୍ରପ୍ରଦେଶ, ଗୁଜରାଟ ଏବଂ କର୍ଣ୍ଣାଟକରେ ମୋଟ ୪ଟି ଲେଖାଏଁ ସିଟ୍ ଖାଲିଥିବା ବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ୩ଟି ଲେଖାଏଁ ସିଟ୍, ଝାଡ଼ଖଣ୍ଡରେ ୨ଟି ଆସନ ଏବଂ ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ ୧ଟି ଲେଖାଏଁ ଆସନ ପାଇଁ ଭୋଟଗ୍ରହଣ କରାଯିବ ।
Powered by Froala Editor