ଛାତରୁ ଖସିପଡ଼ି ଅଷ୍ଟମଶ୍ରେଣୀ ଛାତ୍ର ଗୁରୁତର
ନୀଳଗିରି: ନୀଳଗିରି ବ୍ଲକ ଜାମୁଡିହାସ୍ଥିତ ଆଦର୍ଶ ବିଦ୍ୟାଳୟର ଜଣେ ଅଷ୍ଟମଶ୍ରେଣୀ ଛାତ୍ର ଛାତରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ଗରଡ଼ିହି ପଞ୍ଚାୟତ ଅଧୀନ ବାଙ୍କିସାହି ଅଞ୍ଚଳର ନିଳାଦ୍ରୀ ଜେନାଙ୍କ ପୁଅ ତନ୍ମୟ(୧୩) ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ ସେ ନିକଟସ୍ଥ ଏକ ମେସରେ ରହୁଥିଲେ। ଅତ୍ୟଧିକ ଗରମ ହେଉଥିବା ଯୋଗୁ ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଏହି ଛାତ୍ର ଜଣକ ମେସ ଛାତରେ ବସିଥିଲେ। ଅସାବଧାନତା ଯୋଗୁ ସେ ଛାତ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ହାତଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
Powered by Froala Editor