Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ...

  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ...

  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ...

  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ...

  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ...

  • ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ...

  • ଆହୁରି ୭ ଦିନ ହେବ ଭୟଙ୍କର ଗରମ

  • ବିଜୟ ସରକାରଙ୍କ ଠାରୁ ସମର୍ଥନ ...

  • ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ...

ରାଜ୍ୟ
Home ›› ରାଜ୍ୟ ››୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ

୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ

2026-05-21 07:56:46
14262
Share:
Facebook
Twitter
E-Mail
WhatsApp
Telegram
୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ

ଭୁବନେଶ୍ବର : ନୀଳ ଅର୍ଥନୀତିର ଭିତ୍ତିଭୂମି ସୁଦୃଢ଼ ପାଇଁ ରାଜ୍ୟ କ୍ୟାବିନେଟ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ (ନିଷେଧ, ନିୟନ୍ତ୍ରଣ) ବିଧେୟକ ୨୦୨୬ (ଓମ୍‌ଫ୍ରା)କୁ ଅନୁମୋଦନ କରିଛନ୍ତି। ପୂର୍ବରୁ ପ୍ରଚଳିତ ଆଇନରେ ସଂଶୋଧନ କରାଯାଇଛି। ନୂଆ ଆଇନ ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ କେଜ୍ କଲଚର୍, ସିୱିଡ୍ କଲ୍‌ଚର, ମେରିକଲ୍‌ଚର କାର୍ଯ୍ୟକଳାପ, ସାମୁଦ୍ରିକ ଜଳଭାଗର ପୁନରୁଦ୍ଧାର ପାଇଁ କୃତ୍ରିମ ପ୍ରବାଳର ବ୍ୟବହାର ଏବଂ ଅନ୍ୟ ଲାଭଦାୟୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ମିଳିବ। ସେହିପରି ତାପଜ ବିଦ୍ୟୁତ୍‌ ଶକ୍ତି କ୍ରୟ, ୩୫୮ଟି ଅନାବଶ୍ୟକ ଆଇନର ଉଚ୍ଛେଦ ଏବଂ ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ ୧୦୩୨ଟି ନୂତନ ପଦ ସୃଷ୍ଟିକୁ କ୍ୟାବିନେଟ ଅନୁମୋଦନ ମିଳିଛି। ବୁଧବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ସମୁଦାୟ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି।  

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୋଟିଏ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଗୋଟିଏ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଗୋଟିଏ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଗୋଟିଏ, ଆଇନ ବିଭାଗର ୩ଟି ଓ ଶକ୍ତି ବିଭାଗର ୨ଟି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପନ କରାଯାଇଥିଲା। କ୍ୟାବିନେଟ ଅନୁମୋଦନ ଲାଭ କରିଥିବା ଓମ୍‌ଫ୍ରା ଅନୁସାରେ ଓଡ଼ିଶା ଉପକୂଳରେ ଥିବା ମାଛଧରା ବନ୍ଦର ଏବଂ ଫିସ୍ ଲାଣ୍ଡିଂ ସେଣ୍ଟରଗୁଡ଼ିକର ଆଧୁନିକୀକରଣ ତଥା ସ୍ମାର୍ଟ- ଗ୍ରିନ୍ ଭିତ୍ତିଭୂମି ବିକାଶ ସମ୍ଭବ ହେବ। ଫଳରେ ସାମୁଦ୍ରିକ ଉତ୍ପାଦ ରପ୍ତାନି ତ୍ବରାନ୍ବିତ ହେବା ସହ ନିଯୁକ୍ତି ଓ ଅର୍ଥନୈତିକ କାର୍ଯ୍ୟକଳାପକୁ ବଳ ମିଳିବ। ୨୦୩୬ ସୁଦ୍ଧା ୨୫ ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନି ଲକ୍ଷ୍ୟ ହାସଲ ଦିଗରେ ଏହି ଆଇନ ସହାୟକ ହେବ ବୋଲି କୁହାଯାଇଛି। ୧୯୭୪ରୁ ୨୦୨୫ ମଧ୍ୟରେ ପ୍ରଣୀତ ୩୫୮ଟି ଅଧିନିୟମ ଏବେ ଅନାବଶ୍ୟକ ହୋଇଥିବାରୁ ସେଗୁଡ଼ିକର ବିଲୋପ ପାଇଁ ଆଇନ ବିଭାଗ ଚିହ୍ନଟ କରିଥିଲା। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ଆଇନ ବିଭାଗ ପକ୍ଷରୁ ଆଗତ ଅନ୍ୟ ଏକ ପ୍ରସ୍ତାବକ୍ରମେ ଓଡ଼ିଶା ଅମଲା ସେବା ଅଧୀନରେ ୬୩୦ କନିଷ୍ଠ ସହାୟକ, ୨୪୯ ବରି‌ଷ୍ଠ ସହାୟକ, ୧୦୦ଟି ସହକାରୀ ଉପ ବିଭାଗ ଅଧିକାରୀ ଏବଂ ୫୩ଟି ଉପ ବିଭାଗ ଅଧିକାରୀ ପଦ ସୃଷ୍ଟି କରାଯିବ। ଅପରପକ୍ଷେ ଶକ୍ତି ବିଭାଗର ପ୍ରସ୍ତାବ ଅନୁସାରେ ଓଡ଼ିଶା ତାପଜ ନୀତି ୨୦୦୮କୁ ଅଧିକ ସଶକ୍ତ କରାଯାଇଛି। ତାପଜ ଶକ୍ତି କେନ୍ଦ୍ରରୁ ଉତ୍ପାଦିତ ଶକ୍ତିର ୫ ପ୍ରତିଶତ ପରିବର୍ତ୍ତନଶୀଳ ମୂଲ୍ୟରେ କ୍ରୟ କରାଯିବା ସହ ପରିବେଶ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଅପରପକ୍ଷେ ଓଡ଼ିଶା ପ୍ରତ୍ନତାତ୍ତ୍ବିକ କ୍ୟୁରେଟର ସେବା ବର୍ଗର ବିଭିନ୍ନ ପଦରେ ନିଯୁକ୍ତି ଓ ପଦୋନ୍ନତି ପାଇଁ ପରିବର୍ତ୍ତିତ ନିୟମକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିସହ ପାରାଦ୍ବୀପ (ଏରସମା) ଠାରେ ୪୦୦/୨୨୦/୩୩ କେଭି ଗ୍ରୀଡ଼‌ ସବ୍‌ ଷ୍ଟେସନ୍ ସ୍ଥାପନ ପାଇଁ ୮୫୪.୨୪ କୋଟି ଟଙ୍କା ବ୍ୟୟକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି। ରାଜ୍ୟ କ୍ୟାବିନେଟ ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ ୧୯୭୯କୁ ରଦ୍ଦ କରିବା ପାଇଁ ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍ ୨୦୨୬ ନାମକ ଏକ ନୂତନ ଅଧିସୂଚନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। 

Powered by Froala Editor

Tags Cm

Related articles Odisha News Lens 4.1

  • ବିଜୟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା ସିପିଆଇ(ଏମ୍‌)
    ରାଜନୀତି

    ବିଜୟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା ସିପିଆଇ(ଏମ୍‌)

    13643
    May 20, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    14982
    May 21, 2026
  • ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା :  ମୁଫତେଶକୁ ଏନକାଉଣ୍ଟର
    ଅପରାଧ

    ଯୁବକ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ମୁଫତେଶକୁ ଏନକାଉଣ୍ଟର

    14547
    May 21, 2026
  • ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ
    ଦେଶ-ଦେଶାନ୍ତର

    ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

    14010
    May 21, 2026
  • ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ଫୁଟେଜ୍ ନେଇ ତଦନ୍ତ, ଶାଶୂ କହିଲେ ବୋହୂ ...
    ଅପରାଧ

    ତ୍ବିଶା ଶର୍ମା ମୃତ୍ୟୁ ମାମଲା : ସିସିଟିଭି ଫୁଟେଜ୍ ନେଇ ତଦନ୍ତ, ଶାଶୂ କହିଲେ ବୋହୂ ...

    15614
    May 20, 2026
  • ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

    14702
    May 20, 2026
  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା
    ଦେଶ-ଦେଶାନ୍ତର

    ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15445
    May 21, 2026
  • ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ମୋଦୀ ଓ ମେଲୋନି
    ଦେଶ-ଦେଶାନ୍ତର

    ରୋମର ରାସ୍ତାରେ ଏକାଠି କାର ଯାତ୍ରା କଲେ ମୋଦୀ ଓ ମେଲୋନି

    15010
    May 20, 2026
  • ଆହୁରି ୭ ଦିନ ହେବ ଭୟଙ୍କର ଗରମ
    ଦେଶ-ଦେଶାନ୍ତର

    ଆହୁରି ୭ ଦିନ ହେବ ଭୟଙ୍କର ଗରମ

    14545
    May 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦି-ମେଲୋଡି ଭିଡିଓକୁ ସର୍ବାଧିକ ଲାଇକ

    14010
    May 21, 2026
  • ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା

    14702
    May 20, 2026
  • ରାଜନୀତି

    ବିଜୟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର ପାଇଁ ଧମକ ଦେଲା ସିପିଆଇ(ଏମ୍‌)

    13643
    May 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16870
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17485
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17536
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17921
    Sep 06, 2023

ବିଶେଷ

  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14060
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14407
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15470
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15079
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    15580
    May 14, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15411
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15150
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15642
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13973
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ ତାତି, ୪୭ ଡିଗ୍ରୀ ଟପିଲା

    15445
    May 21, 2026
  • ଅଫିମ ଯୁଦ୍ଧର କଳା କାହାଣୀ ନେଇ ଆସୁଛି ‘ଡ୍ରାଗନ’

    15418
    May 21, 2026
  • ବନ୍ଧୁକ ମୁନରେ ଅପହରଣ କରି ପଞ୍ଜାବୀ ଗାୟିକାଙ୍କୁ ହତ୍ୟା

    14982
    May 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In