୨୦ ରେ ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ
ଭୁବନେଶ୍ବର: ରାଜ୍ୟରେ ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ମେ’ ୨୦ ତାରିଖରେ ବନ୍ଦ ଡାକରା ଦେଇଛି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ। ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରଖିବା ନେଇ ଆସୋସିଏସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅନଲାଇନରେ ଔଷଧ ବିକ୍ରି ସମେତ ତିନି ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ଅନଲାଇନରେ ବିକ୍ରିରେ ରିହାତି ମିଳୁଛି ହେଲେ ଔଷଧର ଗୁଣବତ୍ତାକୁ ଅଣଦେଖା କରାଯାଉଛି ବୋଲି ଉତ୍କଳ କେମିଷ୍ଟ ଆଣ୍ତ ଡ୍ରଗିଷ୍ଟ ଆସୋସିଏସନ ଅଭିଯୋଗ କରିଛି।
Powered by Froala Editor