ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର !
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର ତାଙ୍କ ପଦରୁ ଇସ୍ତଫା ଦେବାକୁ ଯୋଜନା କରୁଛନ୍ତି। ନିଜର ଯୋଜନା ସମ୍ପର୍କରେ ଷ୍ଟାର୍ମର ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଜଣାଇଛନ୍ତି। ଶାସକ ଲେବର ପାର୍ଟି ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଦଳର ବରିଷ୍ଠ ନେତାମାନଙ୍କ ପକ୍ଷରୁ ତାଙ୍କ ଉପରେ ଚାପ ପଡୁଛି; କିନ୍ତୁ ସେ ନିଜ ସର୍ତ୍ତ ଏବଂ ଏକ ସମ୍ମାନଜନକ ଢଙ୍ଗରେ ଏହି ପଦ ଛାଡିବାକୁ ଚାହୁଁଛନ୍ତି।ଷ୍ଟାର୍ମର ସରକାରରେ ଚାଲିଥିବା ଅସ୍ଥିରତାକୁ ଆଉ ଅଧିକ ସମୟ ଟାଳିବାକୁ ଚାହୁଁନାହାନ୍ତି ଏବଂ ଖୁବ୍ଶୀଘ୍ର ନୂଆ ନେତୃତ୍ୱ ମନୋନୟନ ପାଇଁ ଏକ ସମୟସୀମା ଘୋଷଣା କରିପାରନ୍ତି। ନିକଟରେ ବ୍ରିଟେନରେ ଅନୁଷ୍ଠିତ ଆଞ୍ଚଳିକ ନିର୍ବାଚନରେ ଶାସକ ଲେବର ପାର୍ଟିର ଶୋଚନୀୟ ପରାଜୟ ହୋଇଛି।
Powered by Froala Editor