‘ଘୋଷ୍ଟ ଷ୍ଟୋରିଜ’ ବିରୋଧରେ ଅଭିଯୋଗ ଆଣିଲା ନେଟଫ୍ଲିକ୍ସ ଇଣ୍ଡିଆ
ବଲିଉଡର ବିଶିଷ୍ଟ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଚଳଚ୍ଚିତ୍ର ବିରୋଧରେ ନେଟଫ୍ଲିକ୍ସ ଇଣ୍ଡିଆ ଅଭିଯୋଗ କରିଛି । ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ‘ଘୋଷ୍ଟ ଷ୍ଟୋରିଜ୍’ ରେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟକୁ ନେଇ ବିରୋଧ ଦେଖାଦେଇଛି ।
ଏହି ଘୋଷ୍ଟ ଷ୍ଟୋରିଜ୍ ଚଳଚ୍ଚିତ୍ରରେ ଏକ ଆପତ୍ତିଜନକ ଦୃଶ୍ୟ ଥିବାରୁ ଅନୁରାଗଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ମିଡ୍ ଡେ ରିପୋର୍ଟ ଅନୁଯାୟୀ ଅଭିଯୋଗକାରୀଙ୍କ କହିବା କଥା ହେଉଛି, ଯେଉଁ ନିର୍ଦ୍ଦିଷ୍ଟ ଦୃଶ୍ୟ ପାଇଁ ଅଭିଯୋଗ ହୋଇଛି ସେହି ଦୃଶ୍ୟର ଆବଶ୍ୟକତା କାହାଣୀ ପାଇଁ ନାହିଁ । ଯଦି ନିର୍ମାତା ଏଭଳି ଦୃଶ୍ୟ ଯୋଡିବାକୁ ଚାହାଁନ୍ତି, ତେବେ ମିସ୍କ୍ୟାରେଜ୍ ହୋଇଥିବା ମହିଳାଙ୍କ ପାଇଁ ଏକ ଚେତାବନୀ ହୋଇଥାନ୍ତା ।
Powered by Froala Editor