ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ
ମୌନି ରୟ ଏବଂ ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କ ମଧ୍ୟରେ ବିଚ୍ଛେଦକୁ ନେଇ ଗୁଜବ ଘୁରି ବୁଲୁଛି। ଯେତେବେଳେ ସୋସିଆଲ ମିଡିଆରେ ୟୁଜର୍ସ ଜାଣିବାକୁ ପାଇଲେ ଯେ ଏହି ଦମ୍ପତି ଆଉ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରୁ ନାହାଁନ୍ତି ସେତେବେଳେ ଗୁଜବ ବଢିବାକୁ ଲାଗିଲା। ଏବେ, ଏହାକୁ ନେଇ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି।
ମୌନି ଏବଂ ସୂରଜ ନାମ୍ବିଆର ଜାନୁଆରୀ ୨୭, ୨୦୨୨ରେ ଗୋଆରେ ବିବାହ କରିଥିଲେ। ବିବାହ ଉତ୍ସବ ମାଲୟାଲୀ ଏବଂ ବଙ୍ଗାଳୀ ଉଭୟ ପରମ୍ପରା ଅନୁସାରେ ଅନୁଷ୍ଠିତ ହୋଇଥିଲା। ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା ମୌନି ପ୍ରାୟତଃ ତାଙ୍କ ସ୍ବାମୀ ସୂରଜଙ୍କ ସହ ଛୁଟିଦିନର ଫଟୋ ଶେୟାର କରୁଥିବାର ଦେଖାଯାଏ। କିନ୍ତୁ କିଛିଦିନ ହେବ ଉଭୟ ଫଟୋ କିମ୍ବା ଭିଡିଓ ଶେୟାର କରୁନାହାଁନ୍ତି। ଏହାସହ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ ମଧ୍ୟ କରିଛନ୍ତି।
ମୌନି ରୟଙ୍କ ଫଲୋଅର୍ସରେ ନା ସୂରଜ ନାମ୍ବିଆରଙ୍କ ନାମ ଦେଖାଯାଉଛି, ନା ସୂରଜ ନାମ୍ବିଆରଙ୍କ ଇନଷ୍ଟାଗ୍ରାମରେ ମୌନି ରୟଙ୍କୁ ଫଲୋ କରୁଥିବା ଦେଖାଯାଉଛି। ଏହା ବ୍ୟତୀତ, ମୌନି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସୂରଜଙ୍କ ସହିତ ସମସ୍ତ ପୋଷ୍ଟ ଏବଂ ଫଟୋ ମଧ୍ୟ ଡିଲିଟ୍ କରିଦେଇଛନ୍ତି।
Powered by Froala Editor