ସ୍କୋର୍ପିଓରେ ହେଉଥିଲା ଗୋରୁ ଚାଲାଣ, ୭ ଗୋରୁଙ୍କୁ ଉଦ୍ଧାର କଲା ପୁଲିସ
ନୀଳଗିରି : ବିଳମ୍ବିତ ରାତିରେ ଏକ ସ୍କୋର୍ପିଓରେ ଅମାନୁଷିକ ଭାବେ ୭ଟି ଗୋରୁଙ୍କୁ ବାନ୍ଧି ମୟୁରଭଞ୍ଜ ଜିଲା ଉଦଳାରୁ ନୀଳଗିରି ଆଡକୁ ଆସୁଥିଲା ଏକ ସ୍କର୍ପିଓ କାର।
ଦ୍ରୁତ ଗତିରେ ଯାଉଥିବା ଏହି ଗାଡିକୁ ନେଇ ସନ୍ଦେହ ଉପୁଜିବା ଯୋଗୁ ପେଟ୍ରୋଲିଂରେ ଥିବା ବରହମପୁର ପୁଲିସ ଗୋଡ଼ାଇ ଥିଲା। ଗାଡିଟି ତରବରିଆ ଭାବେ ତିନିକୋଶିଆ ଜଙ୍ଗଲ ର ଚନ୍ଦ୍ରପୁର ଗାଁ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକ ଉଠି ପଡିବାରୁ ସ୍କୋର୍ପିଓ ଛାଡି ବେପାରୀ ମାନେ ଚମ୍ପଟ ମାରିଛନ୍ତି। ଖବର ପାଇ ବରହମପୁର ପୁଲିସ ରାତିରେ ପହଞ୍ଚି ୭ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ବ୍ୟବହୃତ ସ୍କୋର୍ପିଓ(ଓଡି-୦୧-ଡି-୦୦୨୫) ଗାଡିକୁ ଜବତ କରିଛି।
Powered by Froala Editor