Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ...

  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ ...

  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ...

  • ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ...

  • 'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ...

  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ...

  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ...

  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ...

  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ...

  • ଜେଲ୍‌ ଯିବେ ରାଜପାଲ ଯାଦବ

ରାଜ୍ୟ
Home ›› ରାଜ୍ୟ ››ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ଉଦ୍ୟମ

ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ଉଦ୍ୟମ

2021-07-29 10:24:56
14752
Share:
Facebook
Twitter
E-Mail
WhatsApp
Telegram
ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ଉଦ୍ୟମ

ଭୁବନେଶ୍ୱର: ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ରାଜ୍ୟ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶିଶିର ରଥ ସୂଚନା ଦେଇଛନ୍ତି । 

ସେ କହିଛନ୍ତି ଯେ, ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ  କରାଯିବାକୁ ଯୋଜନା ରହିଛି ।  ବାଘ ଅଭୟାରଣ୍ୟ ପାଇଁ  ଏନଟିସିଏ ଷ୍ଟାଣ୍ଡାର୍ଡ ପୂରଣ କାର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ରଥ କହିଛନ୍ତି ।

ଏଥିସହ ଅପରାଧୀଙ୍କ ନେଟୱାର୍କ ବଢିଥିବା ସ୍ୱୀକାର କରିବାକୁ ପଡ଼ିବ ବୋଲି ଶ୍ରୀ ରଥ କହିଛନ୍ତି ।  ବାଘ ସଂଖ୍ୟା ଠିକ ରହିଲେ ଜୈବ ବିବିଧତା ଠିକ ଅଛି ବୋଲି ଧରାଯିବ ବୋଲି ସେ କହିଛନ୍ତି ।

ପ୍ରକାଶ ଯେ,  ଦେଶରେ ବାଘ ସଂଖ୍ୟା ବଢ଼ୁଛି । ହେଲେ ଓଡ଼ିଶାରେ ବାଘ ବଂଶ ବଢ଼ୁନି । କମି ଚାଲିଛି ସଂଖ୍ୟା । ଯେତିକି ବାଘ ଅଛନ୍ତି, ସେମାନଙ୍କ ସ୍ଥିତି ବି ସଙ୍କଟାପନ୍ନ । ବଂଶ ଲୋପ ପାଇବାକୁ ବସିଲାଣି । ସ୍ଥିତି ଏମିତି ହେଲାଣି ଯେ, ଆଉ ବର୍ଷ କେଇଟା ପରେ ଓଡ଼ିଶା ବାଘ ଶୂନ୍ୟ ରାଜ୍ୟ ପାଲଟିଯିବ । ଏମିତି ଆଶଙ୍କା କଲେଣି ବନ୍ୟପ୍ରାଣୀ ବିଶେଷଜ୍ଞ । ୨୦୦୬ରେ ଓଡ଼ିଶାରେ ଥିଲେ ୪୫ଟି ମହାବଳ ବାଘ । ୨୦୧୦ରେ ଏ ସଂଖ୍ୟା ଖସି ଆସିଲା ୩୨କୁ । ୨୦୧୪ରେ ଥିଲେ ୨୮ଟି । ୨୦୧୮ ଗଣନାରେ ବି ସମାନ ସ୍ଥିତି । ଏଥିରୁ ଅନୁମାନ କରାଯାଇପାରେ, ଓଡ଼ିଶାରେ ବାଘ କେତେ ସୁରକ୍ଷିତ । ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶ ଆଜି ବାଘ ରାଜ୍ୟ ମାନ୍ୟତା ପାଇଛି । ୨୦୦୬ରେ ମଧ୍ୟପ୍ରଦେଶରେ ଥିଲା ୩୦୦ ବାଘ । ୨୦୧୮ ଗଣନାରେ ମିଳିଲା ୫୨୬ ବାଘ । ୨୦୦୬ରେ ତାମିଲନାଡ଼ୁରେ ୭୬ଟି ବାଘ ଥିବାବେଳେ ୨୦୧୮ରେ ଥିଲା ୨୬୪ । ଏହି ସମୟ ଭିତରେ କର୍ଣ୍ଣାଟକର ବାଘ ସଂଖ୍ୟା ୨୯୦ରୁ ୫୨୪, କେରଳର ୪୬ରୁ ୧୯୦, ଉତ୍ତରାଖଣ୍ଡରେ ୧୭୮ରୁ ୪୪୨କୁ ବୃଦ୍ଧି ପାଇଛି ।

ଉଲ୍ଲେଖନୀୟ କଥା ହେଲା, ୨୦୦୬ରୁ ୨୦୧୮ ଭିତରେ ଦେଶରେ ବାଘ ସଂଖ୍ୟା ୧୪୧୧ରୁ ୨୯୬୭କୁ ବୃଦ୍ଧି ପାଇଛି ।ଅନ୍ୟ ରାଜ୍ୟରୁ ଓଡ଼ିଶା କିଛି ଶିଖୁନାହିଁ । ବାଘ ବଂଶ ବିସ୍ତାର ପାଇଁ ସରକାର ସାମାନ୍ୟ ଚିନ୍ତିତ ନୁହନ୍ତି । ୧୫ ବର୍ଷ ଭିତରେ ରାଜ୍ୟରେ ଗୋଟିଏ ବି ନୂଆ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ହୋଇପାରିନି । ଓଡ଼ିଶାରେ ମାତ୍ର ଦୁଇଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି । ୧୯୬୬ରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ହୋଇଥିଲା । ୨୦୦୬-୦୭ରେ ସାତକୋଶିଆକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା କରାଗଲା ।   ସୁନାବେଡ଼ାକୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ୨୦୧୯ରୁ ଏନଟିସିଏ ଅନୁମୋଦନ ଦେଇଛି । ବିଡ଼ମ୍ବନା, ରାଜ୍ୟ ସରକାର ବିଜ୍ଞପ୍ତି ଜାରି ନ କରି ହାତ ବାନ୍ଧି ବସିଛନ୍ତି । ବିଶେଷଜ୍ଞଙ୍କ କହିବାନୁଯାୟୀ ଶିମିଳିପାଳ ଓ ସାତକୋଶିଆ ତୁଳନାରେ ସୁନାବେଡ଼ାରେ ବାଘ ବଂଶ ବଢ଼ିବା ପାଇଁ ପରିବେଶ ଅଧିକ ଭଲ ରହିଛି । ଛତିଶଗଡ଼ର ଉଦାନ୍ତୀ ବ୍ୟାଘ୍ର ଅଭୟାରଣ୍ୟକୁ ଏହା ଲାଗିଛି । ବିଶାଳକାୟ ଜଙ୍ଗଲ ଥିବାରୁ ସୁନାବେଡ଼ା ବାଘ ବଂଶ ବିସ୍ତାର ପାଇଁ ଉପଯୁକ୍ତ ସ୍ଥାନ ହୋଇପାରିବ । ଛତିଶଗଡ଼ ବାଘ ସହ ପ୍ରଜନନ ହେଲେ ବାଘ ବଂଶ ଆଗକୁ ବଢ଼ିବ ।

ସାତକୋଶିଆ ଅଭୟାରଣ୍ୟରେ ବାଘ ସଂରକ୍ଷଣ ଯୋଜନା ଫେଲ୍‌ ମାରିଛି । ଏଠି ବାଘ ବଂଶ ବଢ଼ିପାରୁନି । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ଏନଟିସିଏ ସହଯୋଗରେ ମଧ୍ୟପ୍ରଦେଶରୁ ଗୋଟିଏ ବାଘ ଓ ଗୋଟିଏ ବାଘୁଣୀ ଅଣାଯାଇଥିଲା । ମାତ୍ର ଆମ ଜଙ୍ଗଲ ବିଭାଗର ଅପାରଗତାରୁ ଏ ଯୋଜନା ବି ଫେଲ୍‌ ମାରିଲା । ବାଘ ବଂଶ ବଢ଼ିବା ତ ଦୂର କଥା, ଆଣିଥିବା ବାଘକୁ ବି ସୁରକ୍ଷା ଦେଇପାରିଲାନି ଓଡ଼ିଶା । ସୁରକ୍ଷା ଅଭାବରୁ ବାଘ ମଲା । ବାଘୁଣୀଟି ପ୍ରାୟ ଦୁଇ ବର୍ଷ କାଳ ବନ୍ଦୀ ରହିବା ପରେ ମଧ୍ୟପ୍ରଦେଶ ଫେରିଲା । ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର । ମାତ୍ର ସ୍ଥାନୀୟ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି ।ଏ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କର ନୀତିରୁ ଓଡ଼ିଶା କିଛି ଶିକ୍ଷା ଲାଭ କରୁନାହିଁ ।

ଶିମିଳିପାଳ ବାଘ ବଂଶ ସଙ୍କଟରେ । ୨୦୧୮ ଗଣନା ଅନୁଯାୟୀ ଶିମିଳିପାଳରେ ୧୮ଟି ବାଘ ଥିଲେ, ରାଜ୍ୟରେ ସର୍ବାଧିକ । ହେଲେ ସେମାନଙ୍କ ଭବିଷ୍ୟତ ନେଇ ବିଶେଷଜ୍ଞ ଚିନ୍ତିତ । ଖୋଦ୍‌ ଏନଟିସିଏ ଏ ନେଇ ସତର୍କ କରାଇ କହିଛି, ଶିମିଳିପାଳରେ ବାଘ ବଂଶ ରକ୍ଷା କରିବାକୁ ହେଲେ ଭିନ୍ନ ଭିନ୍ନ ପ୍ରଜାତିର ବାଘ ଆଣି ଛାଡ଼ିବାକୁ ହେବ । ଭିନ୍ନ ପ୍ରଜାତିର ବାଘ ମଧ୍ୟରେ ମିଳନ କରି ବାଘ ବଂଶ ବଢ଼ାଇବାକୁ ହେବ ।

ଦେବ୍ରୀଗଡ଼ ବାଘ ବଂଶ ବିସ୍ତାର ପାଇଁ ଅନ୍ୟତମ ଉପଯୁକ୍ତ ସ୍ଥାନ । ସେଠି ବାଘ ଅଛନ୍ତି । ମାତ୍ର ସେଠାରେ ଥିବା ବାଘଙ୍କୁ ଅଭୟରେ ରଖିବା ପାଇଁ ସରକାର ଚିନ୍ତିତ ନୁହନ୍ତି । ଏହାକୁ ବ୍ୟାଘ୍ର ଅଭୟାରଣ୍ୟ କରିବା ନେଇ ସରକାରଙ୍କର ନଜର ନାହିଁ ।   ବିଭିନ୍ନ ରାଜ୍ୟରେ ବାଘ ଏକ ପ୍ରମୁଖ ପର୍ୟ୍ୟଟନର ମାଧ୍ୟମ ପାଲଟିଛି । ବାଘ ଦେଖିବାକୁ ପର୍ୟ୍ୟଟକ ଆସୁଛନ୍ତି । ଏହା ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେଉଛି । ଆଉ ରୋଜଗାର ପାଇଁ ସ୍ଥାନୀୟ ଲୋକେ ହିଁ ବାଘ ବଂଶକୁ ସୁରକ୍ଷା ଦେଉଛନ୍ତି । ଏ ସବୁ ବୁଦ୍ଧି ଆମ ଜଙ୍ଗଲ ବିଭାଗ ମୁଣ୍ଡ ଜୁଟୁନି କାହିଁକି ବୋଲି ପରିବେଶ ପ୍ରେମୀ ପ୍ରଶ୍ନ କରିଛନ୍ତି ।

Powered by Froala Editor

Tags Tiger

Related articles Odisha News Lens 4.1

  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13931
    Jul 11, 2026
  • ଜେଲ୍‌ ଯିବେ ରାଜପାଲ ଯାଦବ
    ଦେଶ-ଦେଶାନ୍ତର

    ଜେଲ୍‌ ଯିବେ ରାଜପାଲ ଯାଦବ

    14986
    Jul 10, 2026
  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15196
    Jul 11, 2026
  • ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ...
    ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ...

    15310
    Jul 11, 2026
  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ
    ଦେଶ-ଦେଶାନ୍ତର

    ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ଆତ୍ମହତ୍ୟା କଲେ ଅଷ୍ଟମ ଛାତ୍ରୀ

    14264
    Jul 11, 2026
  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ

    14591
    Jul 11, 2026
  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !
    ଦେଶ-ଦେଶାନ୍ତର

    ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    14994
    Jul 11, 2026
  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି
    ଦେଶ-ଦେଶାନ୍ତର

    ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13739
    Jul 11, 2026
  •  'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ସାମିଲ
    ଦେଶ-ଦେଶାନ୍ତର

    'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ସାମିଲ

    15259
    Jul 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13931
    Jul 11, 2026
  • ଦେଶ-ଦେଶାନ୍ତର

    ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13739
    Jul 11, 2026
  • ଦେଶ-ଦେଶାନ୍ତର

    ଜେଲ୍‌ ଯିବେ ରାଜପାଲ ଯାଦବ

    14986
    Jul 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17583
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18037
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14555
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15531
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15636
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15442
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15308
    Jul 03, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15840
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13816
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14932
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ

    13547
    Jul 11, 2026
  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13739
    Jul 11, 2026
  • ଜେଲ୍‌ ଯିବେ ରାଜପାଲ ଯାଦବ

    14986
    Jul 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In