ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ସମ୍ବଲପୁର:ସମ୍ବଲପୁରରେ ଆତଙ୍କରାଜ। ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଗୁରୁତର ଯୁବକ ଜଣକ ବିକି ରଏ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ବିକିଙ୍କୁ ଉଦ୍ଧାର କରାଯାଇ ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବୁର୍ଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବିକି ଘରୁ ବାହାରକୁ ଆସିଥିବା ସମୟରେ ଜଗନ୍ନାଥ ମନ୍ଦିର ନିକଟରେ ଏକ ନିଛାଟିଆ ସ୍ଥାନରେ ପୂର୍ବ ଯୋଜନା ମୁତାବକ କିଛି ଯୁବକ ତାଙ୍କୁ ଘେରିଯାଇଥିଲେ । ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ବିକିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମସାର ମେଡିକାଲରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ । ଆହତ ଯୁବକ ବିକିଙ୍କ ନାଁରେ ହତ୍ୟା, ବଟି ଅସୁଲି, ମାଡପିଟ ଭଳି ଏକାଧିକ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପୁଲିସ୍ କହିଛି ।
Powered by Froala Editor