ଶପଥ ଗ୍ରହଣ ପରେ ବିଜୟ ନେଲେ ଏହି ତିନି ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ: ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜୋସେଫ୍ ବିଜୟ। ତେବେ ଶପଥ ଗ୍ରହଣ ପରେ ବିଜୟ ବଡ଼ ପଦକ୍ଷେପ ନେଇଛନ୍ତି। ସେ ୩ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟରେ ଦସ୍ତଖତ କରିଛନ୍ତି। ପ୍ରଥମତଃ ୨୦୦ ଯୁନିଟ୍ ମାଗଣା ବିଜୁଳି ମିଳିବ, ଦ୍ଵିତୀୟରେ ଡ୍ରଗ୍ସ ରୋକିବାକୁ ହେବ ଟାସ୍କଫୋର୍ସ ଏବଂ ତୃତୀୟରେ ରହିଛି
ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଗଠନ ହେବ ସ୍ପେଶାଲ ଟାସ୍କଫୋର୍ସ। ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବର କିଛି ସମୟ ପରେ, ବିଜୟ ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲରେ ସ୍ୱାକ୍ଷର କରିଥିଲେ। ଆଜି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇଛନ୍ତି। ହଜାର ହଜାର ଦଳୀୟ କର୍ମୀ, ସମର୍ଥକ ଏବଂ ଚଳଚ୍ଚିତ୍ର ପ୍ରଶଂସକ ଷ୍ଟାଡିୟମରେ ଏକତ୍ରିତ ହୋଇ ତାଙ୍କୁ ସ୍ଵାଗତ କରିଥିଲେ। ଏହି ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ମେଣ୍ଟ ନେତା, ବିଜୟଙ୍କ ପିତାମାତା, ସମ୍ପର୍କୀୟ, ବନ୍ଧୁ ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ପ୍ରମୁଖ ବ୍ୟକ୍ତିମାନେ ସାମିଲ ଥିଲେ।
ନୂତନ କ୍ୟାବିନେଟରେ ଏନ. ଆନନ୍ଦ, ଆଧବ ଅର୍ଜୁନ, ଡକ୍ଟର କେ.ଜି. ଅରୁଣରାଜ, କେ.ଏ. ସେଙ୍ଗୋଟାଇୟାନ୍, ପି. ଭେଙ୍କଟରମନନ୍, ଆର. ନିର୍ମଳକୁମାର, ରାଜମୋହନ, ଡକ୍ଟର ଟି.କେ. ପ୍ରଭୁ ଏବଂ ଏସ. କୀର୍ତ୍ତନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
Powered by Froala Editor