ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ଓଡ଼ିଆ ଅସ୍ମିତା ପରିଷଦ ଆବାହକ
ଭୁବନେଶ୍ବର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଓଡ଼ିଆ ଅସ୍ମିତା ପରିଷଦ ଆବାହକ ରବି ବେହେରା ଏକ ଚିଠି ଲେଖି ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ଦାବି କରିଛନ୍ତି। ଏହି ପତ୍ରରେ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ, କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ବେଖାତିର କରି ପଶ୍ଚିମବଙ୍ଗର ପୂର୍ବ ସରକାର ଦୀଘା ଜଗନ୍ନାଥ ମନ୍ଦିରକୁ ‘ଧାମ’ ଆଖ୍ୟା ଦେଇଥିଲେ। ବିଜେପି ସରକାର ଏହାକୁ ହଟାଇ ଜଗନ୍ନାଥପ୍ରେମୀ ଓ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
Powered by Froala Editor