ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା କୃଷ୍ଣନ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଟିଭିକେ ମୁଖ୍ୟ ବିଜୟ । ଚେନ୍ନାଇ ସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ସମାରୋହରେ ଜଣାଶୁଣା ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ସମସ୍ତଙ୍କ ନଜର ଅଭିନେତ୍ରୀ ତ୍ରିଷ୍ଣା କ୍ରିଷ୍ଣନଙ୍କ ଉପରେ ଅଟକି ଯାଇଥିଲା । ଶପଥ ଗ୍ରହଣ ସମାରୋହର ସମସ୍ତଙ୍କ ନଜର ଅଭିନତ୍ରୀ ତ୍ରିଶାଙ୍କ ଉପରେ ଥିଲା ।
ଥାଲାପତି ବିଜୟ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ପାଦ ଦେଇଛନ୍ତି, ଏବଂ ତାଙ୍କ ଦଳ, ଟିଭିକେ, ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ତାମିଲନାଡୁର ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଉଭା ହୋଇଛି। ଥାଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଇତିହାସ ରଚିଛନ୍ତି। ତାଙ୍କର ପ୍ରଥମ ନିର୍ବାଚନ ଲଢ଼େଇରେ ଏକ ଜବରଦସ୍ତ ବିଜୟ ହାସଲ କରି, ସେ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ନିଜ ନାମ ଲେଖିଛନ୍ତି।
ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ସମସ୍ତଙ୍କ ନଜର ତ୍ରିଶା କୃଷ୍ଣନଙ୍କ ଉପରେ ଥିଲା । ବିଜୟଙ୍କ ସ୍ୱତନ୍ତ୍ର ଦିନରେ ତାଙ୍କର ଘନିଷ୍ଠ ବାନ୍ଧବୀ ତ୍ରିଶା କୃଷ୍ଣନ ସ୍ପେସାଲ ଲୁକରେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ତ୍ରିଶାଙ୍କ ଉପସ୍ଥିତି, ତାଙ୍କ ପାରମ୍ପରିକ ଲୁକକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତ୍ରିଶା ନୀଳ ରଙ୍ଗର ସିଲକି ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅଭିନେତ୍ରୀ ନୀଳ ଶାଢୀକୁ କ୍ରିମ୍ ରଙ୍ଗର କଣ୍ଟ୍ରାସ୍ଚ ବ୍ଲଆଜ୍ ପିନ୍ଧିଥିଲେ । ମଥାରେ ଛୋଟ ବିନ୍ଦି ସହ କେଶରେ ଗଜାର ଲଗାଇଥିଲେ । ତ୍ରିଶାଙ୍କର ଏହି ସୁନ୍ଦର ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
Powered by Froala Editor