ଗୋଲ୍ଡେନ ବନାରସୀ ଶାଢ଼ିରେ ନୀତାଙ୍କ ରାଜକୀୟ ଠାଣି, ଏହି ଶାଢ଼ି ତିଆରି ପାଇଁ ଲାଗିଥିଲା ୫ ମାସ
ନୀତା ଅମ୍ବାନୀ ବର୍ତ୍ତମାନ ତାଙ୍କର ରାଜକୀୟ ଲୁକ୍ ପାଇଁ ଚର୍ଚ୍ଚାରେ। ନୀତା ମୁକେଶ ଅମ୍ବାନୀ କଲଚର୍ ସେଣ୍ଟର’ରେ ଏକ ସ୍ୱତନ୍ତ୍ର ଡିନର୍ ପାର୍ଟିର ଆୟୋଜନ ହୋଇଥିଲା। ଏହି ପାର୍ଟି ଭେନିସ୍ ବିଏନଲେକୁ ଇଣ୍ଡିଆ ପାଭିଲିୟନ ଫେରିବା ଅବସରରେ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ନୀତା ଅମ୍ବାନୀ ଏକ ବନାରସୀ ବ୍ରୋକେଡ୍ କୁଡୱା ଶାଢ଼ୀ ପିନ୍ଧିଥିଲେ।
ଶାଢ଼ୀକୁ ଦକ୍ଷ କାରିଗର ଅଶଫାକ ଅନସାରି ଏବଂ ହବିବୁର ରହମାନ ନିଜ ହାତରେ ତିଆରି କରିଛନ୍ତି। ଏହି ଶାଢ଼ୀ ତିଆରି କରିବାକୁ ପ୍ରାୟ ପାଞ୍ଚ ମାସ ସମୟ ଲାଗିଥିଲା। ହ୍ୱାଇଟ୍ ବେସ୍ ଶାଢ଼ୀରେ ସୁନ୍ଦର ଗୋଲ୍ଡେନ୍ ରଙ୍ଗର ଡିଟେଲିଂ ରହିଛି, ଯେଉଁଥିରେ ସିକ୍ୱିନ୍ ଗ୍ରୀଡ୍ରେ ଜ୍ୟୋମେଟ୍ରିକ୍ ପାଟର୍ଣ୍ଣଠାରୁ ଆରମ୍ଭ କରି ଫୁଲ-ପତ୍ରକୁ ଖୁବ୍ ସୁନ୍ଦର ଭାବରେ ଡିଜାଇନ୍ କରାଯାଇଛି। ଶାଢ଼ୀର କିଛି ସ୍ଥାନରେ ଗୋଲାପୀ ଏବଂ ସବୁଜ ରେଶମ ମଧ୍ୟ ବ୍ୟବହାର କରାଯାଏ।
ଏହି ଶାଢ଼ୀ ସହିତ, ସେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ଲେସ୍ ବ୍ଲାଉଜ୍ ପିନ୍ଧିଥିଲେ। ଏହି ରାଜକୀୟ ଲୁକ୍ ସହିତ ନୀତା ଅମ୍ବାନୀ ଏକ ସ୍ୱତନ୍ତ୍ର ହାର ପିନ୍ଧିଥିଲେ, ଯାହାର ନାମ 'ରତ୍ନା ରିଭିଏର'। ତେବେ ନୀତା ଅମ୍ବାନୀଙ୍କ ସମ୍ପୂର୍ଣ୍ଣ ଲୁକ୍ ଭାରତୀୟ କଳା, ସଂସ୍କୃତି ଏବଂ ହସ୍ତଶିଳ୍ପର ଏକ ଚମତ୍କାର ମିଶ୍ରଣ ଥିଲା।
Powered by Froala Editor