ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କଲେ ମୋଦୀ
କୋଲକାତା: ଆଣ୍ଠେଇ ମୁଣ୍ଡିଆ ମାରିଲେ ମୋଦୀ। ବଙ୍ଗଳାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ମଞ୍ଚ ଉପରୁ ଆନନ୍ଦର ଉଲ୍ଲାସ କରୁଥିବା ଜନତାଙ୍କୁ ହାତ ହଲାଇ ବଙ୍ଗଳାର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜଣାଇ ଧୀରେ ଧୀରେ ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କରିଥିଲେ ମୋଦୀ।
ବଙ୍ଗ ଇତିହାସରେ ଲେଖା ହେଲା ନୂଆ ଅଧ୍ୟାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସମ୍ମୁଖରେ ହାତ ଯୋଡି, ଭୂମି ଉପରେ ଆଣ୍ଠେଇ ମୁଣ୍ଡିଆ ମାରିଥିଲେ। ଏହି ଦୃଶ୍ୟ ଥିଲା କିଛି ଭିନ୍ନ। ବିଜେପି କଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ କରିଥିଲା।
ମଞ୍ଚ ଉପରୁ ଆନନ୍ଦର ଉଲ୍ଲାସ କରୁଥିବା ଜନତାଙ୍କୁ ହାତ ହଲାଇ ବଙ୍ଗଳାର ଜନସାଧାରଣଙ୍କ ପ୍ରତି କୃତଜ୍ଞତା ଜଣାଇ ଧୀରେ ଧୀରେ ଆଣ୍ଠୁମାଡ଼ି ହାତ ଯୋଡି ପ୍ରଣାମ କରିଥିଲେ ମୋଦୀ। ପ୍ରଧାନମନ୍ତ୍ରୀ ଏହାର ଭିଡିଓ ଏକ୍ସରେ ଶେୟାର କରି ଲେଖିଛନ୍ତି, ‘ମୁଁ ବଙ୍ଗଳା ଜନଶକ୍ତିଙ୍କୁ ପ୍ରଣାମ କରୁଛି’। ଲୋକଙ୍କ ଆଶୀର୍ବାଦ ହେଉଛି ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ଜନସାଧାରଣଙ୍କ ସଂକଳ୍ପର ସର୍ବୋତ୍ତମ ଉତ୍ସ।
Powered by Froala Editor