ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ
ଢେଙ୍କାନାଳ : ମୋବାଇଲ୍ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଲେ ଯୁବକ। ଥାନା ନିକଟ ଏକ ଟାୱାର ଉପରେ ଚଢି ଜୀବନ ହାରିବାକୁ ଧମକ ଦେଇଛନ୍ତି। ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଯୁବକ ଜଣକ ଏହି ଉନ୍ମତ୍ତକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଯୁବକ ଜଣକ କାମାକ୍ଷାନଗର ସୋଗର ଗାଁର ସେ ୨୦୧୮ରେ ଓଏସଏପି କନେଷ୍ଟବଳ ଥିଲେ। କୌଣସି କାରଣ ପାଇଁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା।
Powered by Froala Editor