ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ
ଶରୀର ପୋଷଣ ପାଇଁ ଖାଦ୍ୟ ଆବଶ୍ୟକ। ଖାଇବା ସମୟରେ କଥାବାର୍ତ୍ତା କରନ୍ତୁ ନାହିଁ। ଖାଇବା ପରେ ପରେ କୋଲ୍ଡ ଡ୍ରିଙ୍କ୍ସ ପିଅନ୍ତୁ ନାହିଁ କିମ୍ବା ଆଇସକ୍ରିମ ଖାଆନ୍ତୁ ନାହିଁ। ଖାଇବାର ଠିକ୍ ପୂର୍ବରୁ ଏବଂ ପରେ ପାଣି ପିଅନ୍ତୁ ନାହିଁ। ଏହାର ଅଧ ଘଣ୍ଟାଏ ପରେ ପାଣି ପିଅନ୍ତୁ। ବାରମ୍ବାର ଖାଇବା, ଅତ୍ୟଧିକ ପରିମାଣରେ ଖାଇବା, ତେଲ, ମାଛ, ମାଂସ ଓ ଅଣ୍ଡାଦି ଗରିଷ୍ଠ ଭୋଜନ ନିୟମିତ ବା ଅତ୍ୟଧିକ ସେବନ ଶରୀର ପାଇଁ କ୍ଷତିକାରକ। ଖାଦ୍ୟ ଖାଇବା ପରେ ତା’ର ପରିପାକ କ୍ରିୟା ସୁଚାରୁ ରୂପେ ହେବା ଆବଶ୍ୟକ। ଯଦି ଏହାର ପରିପାକ ଠିକ୍ ରୂପେ ନ ହୁଏ, ତେବେ ଏହାକୁ ଅପକ୍ୱ ଖାଦ୍ୟ କୁହାଯାଏ। ଏହାଦ୍ୱାରା ଖାଦ୍ୟ ପେଟରେ ଶଢ଼େ ଏବଂ ଟକ୍ସିକ୍ ବା ବିଷ ସୃଷ୍ଟି ହୋଇଥାଏ। ଏହାଦ୍ୱାରା ପ୍ରଥମେ ଗ୍ୟାସ୍ ତା’ପରେ ଏସିଡିଟି (ଅମ୍ଳ), ଅଲ୍ସର, ନାଳଝାଡ଼ା, ଆଣ୍ଠୁଗଣ୍ଠିବାତ, କୋଲେଷ୍ଟ୍ରରଲ୍ ବଢ଼ିବା, ହୃଦ୍ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ରୋଗ ଆମ ଶରୀରରେ ସୃଷ୍ଟି ହୋଇଥାଏ।
Powered by Froala Editor