ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, କହିଲେ ଆମେ ଭଲ ବନ୍ଧୁ
‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣଲିଙ୍ଗମ ନିକଟରେ ତାଙ୍କର ୨୬ ବର୍ଷର ବୈବାହିକ ସମ୍ପର୍କ ପରେ ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ଏହି ମାମଲାରେ ସେ ବିଜୟଙ୍କ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ଅଭିଯୋଗ ଆଣିବା ପରେ ତ୍ରିଷାଙ୍କ ସହ ବିଜୟଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି ।
ନିକଟରେ ଚେନ୍ନାଇରେ ଆୟୋଜିତ ପ୍ରଯୋଜକ କଳ୍ପତି ଏସ୍. ସୁରେଶଙ୍କ ପୁଅଙ୍କ ବିବାହ ଭୋଜିରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଘଟଣାଟି ସେତିକିବେଳେ ସାମ୍ନାକୁ ଆସିଛି, ଯେତେବେଳେ ବିଜୟଙ୍କ ବ୍ୟକ୍ତିଗତ ଜୀବନରେ ବିବାଦ ଦେଖାଦେଇଛି ।
ଏକ ପୁରୁଣା ସାକ୍ଷାତକାରରେ ତ୍ରିଷା କହିଥିଲେ ଯେ, “ଆରମ୍ଭରୁ ବିଜୟଙ୍କ ସହ ମୋର ଅଧିକ କଥାବାର୍ତ୍ତା ନଥିଲା କାରଣ ସେ ଜଣେ ବହୁତ ଶାନ୍ତ ଏବଂ ରିଜର୍ଭ ପ୍ରକୃତିର ବ୍ୟକ୍ତି । ସେ କେବଳ ନିଜ କାମ ସହ କାମ ରଖନ୍ତି । କିନ୍ତୁ ‘ଘିଲ୍ଲୀ’ ଟିମ୍ ଯୋଗୁଁ ଆମେ ଭଲ ବନ୍ଧୁ ହୋଇପାରିଲୁ । ସେ ସେଟରେ ବହୁତ ପ୍ରଫେସନାଲ୍ ଏବଂ ମୁଁ କେବେ ତାଙ୍କୁ ରାଗିଥିବାର ଦେଖିନାହିଁ,” ବୋଲି ତ୍ରିଷା କହିଥିଲେ ।
Powered by Froala Editor