ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଦୁଇ ମୃତ
ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଝାରପଡା କେନାଲ ରୋଡର ବସନ୍ତଭିଲା ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟ ର ପ୍ୟାନେଲ ବୋର୍ଡ ରେ ସର୍ଟ ସର୍କିଟ ହେବା ଯୋଗୁଁ ପାଖରେ ଥିବା ଗାର୍ଡ ରୁମ୍ ନିଆଁ ଲାଗି ଯାଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ଅଗ୍ନିଶମ ବିଭାଗୀୟ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆପାର୍ଟମେଣ୍ଟରୁ ବୟସ୍କ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ବସନ୍ତ ବେହେରା(୫୫) ଏବଂ ଅନ୍ୟ ଜଣେ ମହିଳା ବୋଲି ଜଣାପଡିଛି।
Powered by Froala Editor