ରଚିତଙ୍କ ହାତ ଧରିବେ ହୁମା
ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶୀ। ବିବାହକୁ ନେଇ ନେଇ ଚାଲିଥିବା ଗୁଜବ ଶେଷରେ ସତ ହୋଇଛି। ସେ ତାଙ୍କ ପ୍ରେମିକ ରଚିତ ସିଂହଙ୍କୁ ବିବାହ ହେବାକୁ ଯାଉଛନ୍ତି। ହେଲେ ବିବାହ ନେଇ ତାରିଖ ଘୋଷଣା ହୋଇନାହିଁ। ଏନେଇ ହିନ୍ଦୁସ୍ଥାନ ଟାଇମ୍ସରେ ଖବର ପ୍ରକାଶ ପାଇଛି।
ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଉଭୟ ଅକ୍ଟୋବର ଶେଷ କିମ୍ବା ନଭେମ୍ବରରେ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଭବ୍ୟ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ବିବାହରେ ତାଙ୍କ ନିକଟତର ବନ୍ଧୁ ଏବଂ ପରିବାର ଯୋଗଦେବେ ଏବଂ ପରେ ଏକ ବଡ଼ ରିସେପ୍ସନ ହେବ। ଏହି କାର୍ଯ୍ୟକ୍ରମ ମୁମ୍ବାଇରେ ହେବ।
ରିପୋର୍ଟରେ କୁହାଯାଇଛି, ହ୍ୟୁମା ଓ ରଚିତ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଉଭୟ ଏବେ ବିବାହ କରିବାକୁ ଯାଉଛନ୍ତି। ରଚିତ ସିଂହ ହେଉଛନ୍ତି ଜଣେ ପରିଚିତ ମଡେଲ୍ ଓ କାଷ୍ଟିଂ ନିର୍ଦ୍ଦେଶକ। ତାଙ୍କ ଘର ଉତ୍ତରପ୍ରଦେଶର ବାରଣାସୀରେ। ୨୦୧୨ ମସିହାରେ ସେ ଦିଲ୍ଲୀ ଆସିଥିଲେ। ସେଠାରେ କିଛି ବର୍ଷ ମଡେଲିଂ କରିଥିଲେ। ତାପରେ ଅର୍ଥାତ ୨୦୧୬ ମସିହାରେ ସେ ମୁମ୍ବାଇ ଆସିଥିଲେ। ସେହି ସମୟରେ ତାଙ୍କର ହ୍ୟୁମାଙ୍କ ସହିତ ଦେଖା ହୋଇଥିଲା। ପରେ ଉଭୟ ପରସ୍ପରକୁ ପ୍ରେମ କରିଥିଲେ। ଯାହା ଏବେ ବିବାହ ରୂପ ନେବାକୁୂ ଯାଉଛି।
Powered by Froala Editor