ବିଲ ଭିତରେ ବସିଲା ବିରଳ ଲାଲ ବଗ
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ଦେଖିବାକୁ ମିଳିଛି ବିରଳ ଲାଲ ବଗ । ଲାଲ ବଗ ସାଧାରଣତଃ ଦେଖାଯାନ୍ତି ନାହିଁ । ପକ୍ଷୀ ଗଣନା ସମୟରେ କ୍ୱଚିତ୍ ଦେଖାଯାନ୍ତି । ହେଲେ ଏହି ସମୟରେ ଲାଲ ବଗ ଦେଖାଯାଇଥିବାରୁ ପକ୍ଷୀପ୍ରେମୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି । ଏକ ଚାଷ ଜମିରେ ଧଳା ବଗଙ୍କ ଦଳ ଭିତରେ ଏହି ଲାଲ ରଙ୍ଗର ବଗ ଦେଖାଯାଇଛି । ଏପରିକିି ଏହି ପାଣିପାଗରେ ଲାଲ ବଗ ଦେଖାଯିବା ନିଶ୍ଚୟ ଭାବେ ବିରଳ ବୋଲି ପରିବେଶବିତମାନେ କହିଛନ୍ତି ।
ସୂଚନା ମୁତାବିକ, ଗହୀରିମଥା ସାମୁଦ୍ରିକ ଅଭୟାରଣ୍ୟ ଓ ବଣ୍ୟପ୍ରାଣୀ ଲୁଣା ଜଙ୍ଗଲ ଜମ୍ବୁ ରେଞ୍ଜ ଅଧିନରେ ଥିବା ଲୁଣା ଜଙ୍ଗଲ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବିଶେଷ କରି ଧଳା, କଳା, ଧୂଷର ଆଦି ରଙ୍ଗର ବଗ ଦେଖିବାକୁ ମିଳେ । ପ୍ରଥମ ଥର ପାଇଁ ମହାକାଳପଡା ବ୍ଲକର ଛପାଲି ଅଞ୍ଚଳର ଦୃଶ୍ୟ ଏକ ଚାଷ ଜମିରେ ଲାଲ ରଙ୍ଗର ବିରଳ ବଗର ଦେଖିବାକୁ ମିଳିଛି । ଯାହାକି ବିରଳ । ଏବେ ଲାଲ ରଙ୍ଗର ଦେଖିବାକୁ ମିଳିଥିବାରୁ ଏହି ବଗ ବଂଶ ବୃଦ୍ଧି ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଜରୁରୀ ହୋଇପଡିଛି ବୋଲି ପରିବେଶବିତମାନେ କହିଛନ୍ତି ।
Powered by Froala Editor