ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା
-ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ କମ୍ପ୍ରେସର ଉପରେ ଚାପ ପଡ଼ିଥାଏ। ତେଣୁ ଠିକ୍ ସମୟରେ ଟେକ୍ନିସିଆନ୍ଙ୍କୁ ଡାକି ଏହାର ସର୍ଭିସିଂ କରାନ୍ତୁ। ନଚେତ୍ ଅତ୍ୟଧିକ ଗରମ ହୋଇ ବ୍ଲାଷ୍ଟ ହେବାର ଆଶଙ୍କା ଥାଏ।
-ଏସିର ଆଉଟଡୋର୍ ୟୁନିଟ୍କୁ ଛାତ ଉପରେ ରଖିଲେ ଦିନ ସାରା ଖରା ପଡ଼ିଥାଏ। ଫଳରେ ଅନେକ ସମୟରେ ମେଶିନ୍ର ତାପମାତ୍ରା ସହିତ ଖରା ଯୋଗୁଁ ମେଶିନ୍ ଖରାପ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। ତେଣୁ ଏହାକୁ ଏଭଳି ସ୍ଥାନରେ ରଖନ୍ତୁ ଯେପରି ଉପରେ କୌଣସି ପ୍ରକାରର ଛାତ ଅଥବା ଛାଇ ହେଉଥିବ।
-ଖରାଦିନେ ଭୋଲଟେଜ୍ କମ୍ ବେଶି ହୋଇଥାଏ। ଏହି କାରଣରୁ ଏସି ମୋଟର ଓ ସର୍କିଟ୍ ପୋଡ଼ିଯିବାର ଆଶଙ୍କା ରହିଥାଏ। ଏହି ସମସ୍ୟା ନ ହେବା ପାଇଁ ଭଲ କ୍ୱାଲିଟିର ଭୋଲଟେଜ୍ ଷ୍ଟାବିଲାଇଜର ଲଗାନ୍ତୁ।