ଖଡଗପୁରରେ ପୁଣି ଛାତ୍ର ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା
IIT ଖଡ଼ଗପୁର କ୍ୟାମ୍ପସର ପଣ୍ଡିତ ମଦନମୋହନ ମାଲବ୍ୟ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ସେପଟେ ମୃତ ଛାତ୍ର ଜଣକ ହେଲେ ୨୨ ବର୍ଷୀୟ ସୋହମ ହାଲଦର । ୧୦ ଦିନ ମଧ୍ୟରେ ଦ୍ବିତୀୟ ଘଟଣା ହୋଇଥିବାବେଳେ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ମୃତ ଛାତ୍ର ଜଣକ ଏମ୍. ଟେକ୍ କରୁଥିବା ଜଣାପଡ଼ିଛି । ମୃତ ଛାତ୍ରଙ୍କ ପରିବାରକୁ ଏସମ୍ପର୍କରେ ଅବଗତ କରାଯାଇଛି । ପରିବାରରେ ଶୋକର ଛାୟା ଖେଳିଯାଇଛି ।
ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁମନ ଚକ୍ରବର୍ତ୍ତୀ କହିଛନ୍ତି ଯେ IIT ଖଡ଼ଗପୁର ଚାପ ଏବଂ ମାନସିକ ଅବସାଦରେ ପୀଡିତ ଛାତ୍ରମାନଙ୍କୁ ଚିହ୍ନଟ କରିବ । ଚାପ ଏବଂ ମାନସିକ ଅବସାଦରେ ପୀଡିତ ଛାତ୍ରମାନଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ।
ପୁଲିସର କହିବା ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ମାମଲାଟି ଆତ୍ମହତ୍ୟା ବୋଲି ଜଣାପଡୁଛି। ଖଡ଼ଗପୁର ଟାଉନ୍ ପୋଲିସ ଷ୍ଟେସନ ଛାତ୍ରଙ୍କ ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ପୋଲିସ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରିଛି । ପୋଷ୍ଟମର୍ଟମ୍ ପରେ ହିଁ ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରାଯିବ।
Powered by Froala Editor