‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’
ଶନିବାର ଦିନ ଦିଲ୍ଲୀରେ ଏକ ପୁରସ୍କାର କାର୍ଯ୍ୟକ୍ରମରେ କୈଳାସ ଖେର(Kailash Kher) ଯୋଗ ଦେଇଥିଲେ। ଦିଲ୍ଲୀର ତାଜ ପ୍ୟାଲେସରେ ଆୟୋଜିତ ସିକ୍ସ ସିଗମା ଲିଡରସିପ୍ ସମିଟ ଇନ୍ ହେଲଥ କେୟାରର ସପ୍ତମ ସଂସ୍କରଣରେ ଭାଗ ନେଇ ଥିଲେ। ଏହି ଇଭେଣ୍ଟରେ ଫିମେଲ ହୋଷ୍ଟ କୈଳାସ ଖେରଙ୍କୁ ଗୀତ ଗାଇବାକୁ ଅନୁରୋଧ କରନ୍ତି। ଏହି କଥାରେ କୈଳାସ ଖେର ରାଗି ଯା’ନ୍ତି। କୈଳାସ ଖେର ତାଙ୍କୁ କୁହନ୍ତି ଯେ, ସେ କଣ ସଚିନ ତେନ୍ଦୁଲକରଙ୍କୁ କହିବେ ଯେ, ଗୋଟିଏ ଛକା ମାରି ଦେଖାଅ। କୈଳାସ କହିଛନ୍ତି ଯେ, ଏହି ଅନୁରୋଧ ଆପଣଙ୍କୁ କରିବା ଉଚିତ୍ ନୁହେଁ। ତାଙ୍କର ଏହି ଭିଡ଼ିଓରେ ସୋସିଆଲ ମିଡ଼ିଆରେ ୟୁଜରଙ୍କ ରିଆକ୍ସନ ମଧ୍ୟ ଆସିଛି।
ଏହାପରେ ସେ କୁହନ୍ତି, ଏହା ମୁଁ ବଦଳାଇବାକୁ ଚାହୁଁଛି, ଏହା ମୋ ମନରେ ଇଚ୍ଛା, ଏହା ବଦଳାଇବା କି ଗାୟକଙ୍କୁ, ସଙ୍ଗୀତକୁ ଏମିତି କୁହା ନଯାଉ କି ,ସାର୍ ଦୁଇ ଲାଇନ୍ ଗାଇ ଦିଅନ୍ତୁ, ମୁଡ୍ କରି ଦିଅ। ଏହା ବହୁତ ଭୁଲ। ଏହି ଅନୁରୋଧ କର ନାହିଁ। ସେ କ୍ରୋଧର ସହିତ କହିଥିଲେ, "କଳାକାରମାନଙ୍କୁ ଜୋକର ବନାଅ ନାହିଁ।"
ଜଣେ ଗାୟକଙ୍କୁ(Singer) ଏପରି ଦାବି କରାଯିବା ଉଚିତ୍ ନୁହେଁ। ଏହା ବ୍ୟତୀତ, ସେ ଗାୟକଙ୍କୁ ଅନ୍ୟ କ୍ଷେତ୍ରର ଲୋକଙ୍କ ସହ ତୁଳନା କରିଥିଲେ। କୈଳାସ କହିଥିଲେ, ଏ କଥା ଏମିତି ଲାଗୁଛି, ଯେମିତି ଏହା ଜଣେ କ୍ରିକେଟରଙ୍କୁ ଛକା ମାରିବାକୁ କହିବା କିମ୍ବା ଜଣେ ସୈନିକଙ୍କୁ ଗୁଳି ମାରିବାକୁ କହିବା ଭଳି।
କୈଳାସ ଖେର ଆଗକୁ କହିଲେ, "କିମ୍ବା କୌଣସି ଜଣେ ସେନାର ସୈନିକଙ୍କୁ କହିବେ କି ତାଙ୍କ ପୋଜିସନ୍ ନେଇ ଏକ ଗୁଳି ମାରନ୍ତୁ। ଦୟାକରି ଏପରି କରନ୍ତୁ ନାହିଁ। କଳାକାରଙ୍କୁ ଏକ ଜୋକର ହେବାକୁ ଦିଅନ୍ତୁ ନାହିଁ। କଳାକାର ଜଣେ ସାଧକ, ସେମାନେ ନିଜ ମନର ଲୋକ।"
କୈଳାସ ଖେରଙ୍କ ଏହି ଭିଡ଼ିଓରେ ସୋସିଆଲ ମିଡ଼ିଆ ୟୁଜରଙ୍କ ରିଆକ୍ସନ ମଧ୍ୟ ଆସିଛି। କିଛି ଲୋକ କହୁଛନ୍ତି ଯେ, କୈଳାସ ଖେର ଠିକ୍ କରିଛନ୍ତି । ଆଉ କିଛିଙ୍କ ମତରେ ଦୁଇ ଲାଇନ ଗାଇ ଦେଲେ କେହି କଳାକାର ଜୋକର ହୋଇ ଯାଏ ନାହିଁ।
Powered by Froala Editor