ନିଆଁ ଲାଗି ଜଳିଗଲା ୪ ବଖରା ଘର
ଖଇରା : ଅଗ୍ନିକାଣ୍ଡରେ ଜଳିଗଲା ଚାରି ବଖରା । ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଅନ୍ତରା ପଞ୍ଚାୟତ ଓଷଙ୍ଗ ଗ୍ରାମରେ ଉମାକାନ୍ତ ଶୁକ୍ଳଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ୪ ବଖରା ଘର ଜଳି ଯାଇ ଲକ୍ଷାଧିକ ଟଙ୍କାର ଆସାବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘରେ ଥିବା ଧାନ ଚାଉଳ ଲୁଗାପଟା ଘରର ସମସ୍ତ ସାମଗ୍ରୀ ପୋଡ଼ି ଯାଇଛି। ଖବର ପାଇ ଅନ୍ତରା ଆରଆଇ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ଭେଟିବା ସହ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ।
Powered by Froala Editor