କେନାଲରେ ଭାସୁଛି ବୃଦ୍ଧଙ୍କ ମୃତଦେହ
ଜୟପୁର: ବୃଦ୍ଧଙ୍କୁ ଗଳା କାଟି ହତ୍ୟା ଅଭିଯୋଗ । ଜୟପୁର ସଦର ଥାନା ଫାମ୍ପୁଣି ନିକଟସ୍ଥ କୁମୁଲିପୁଟ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ରଘୁନାଥ ଗୌଡ଼ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଧ୍ୟ ରଘୁନାଥ ଗାଁରେ ଥିବା ଚା ଦୋକାନକୁ ଯାଇ ଆଉ ଘରକୁ ଫେରିନଥିଲେ । ଫେରିବା ବିଳମ୍ବ ହେବାରୁ ପୁଅ ଭଗବାନ ବାପାଙ୍କୁ ଖୋଜିବାକୁ ଯାଇଥିଲେ। ଗାଁ ନିକଟସ୍ଥ ଏକ କେନାଲରେ ରଘୁନାଥଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ରଘୁନାଥଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିଲା । ଏହାକୁ ନେଇ ପୁଅ ଭଗବାନ ଗୌଡ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor