ଆଜିଠୁ ପାଗରେ ହେବ ବଡ ପରିବର୍ତ୍ତନ, ଏହି ଜିଲ୍ଲାରେ ହେବ ବର୍ଷା
ଭୁବନେଶ୍ବର: ରାଜ୍ୟରେ ଆଜିଠୁ ପାଗରେ ବଡ ପରିବର୍ତ୍ତନ ହୋଇପାରେ। ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଉତ୍ତର ଓଡିଶାର ବାଲେଶ୍ଵର, ମୟୁରଭଞ୍ଜ ଜିଲ୍ଲାରେ ବି ବର୍ଷା ହୋଇପାରେ। ସେପଟେ ଉପକୂଳ ଜିଲ୍ଲାରେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଶ୍ଚିମାଞ୍ଚଳବାସୀ ଅସ୍ତବ୍ୟସ୍ତ ହେଲେଣି। କିନ୍ତୁ ସକାଳୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଆକାଶରେ ମେଘଖଣ୍ଡ ଦେଖିବାକୁ ମିଳିଛି। ଭୁବନେଶ୍ବର ସହିତ କଟକ, ପୁରୀ ଏବଂ ବାଲେଶ୍ବର ଆଦି ଅଞ୍ଚଳରେ ଦିନ ତାପମାତ୍ରା ୩୫ ଡିଗ୍ରୀକୁ ଖସିଛି। ଚଳିତ ମାସ ୩୦ ବେଳକୁ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା କମିପାରେ। କିଛି ଅଞ୍ଚଳରେ ପାରଦ ୪୦ଡିଗ୍ରୀ ତଳକୁ ଖସିବା ସମ୍ଭାବନା ରହିଛି।
Powered by Froala Editor