ସୁଧୀର ପାତ୍ର ହତ୍ୟା ଘଟଣା:୫ ଅଭିଯୁକ୍ତଙ୍କୁ ନେଇ ପୁଲିସର କ୍ରାଇମସିନ୍ ରିକ୍ରିଏସନ
ବ୍ରହ୍ମପୁର: ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍ ରିକ୍ରିଏସନ। ଆଜି ପୁଲିସ୍ ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତ ସୂର୍ଯ୍ୟପ୍ରତାପ ସିଂ, ନାରାୟଣ ପ୍ରଧାନ, କାଳୁ ଚରଣ ପ୍ରଧାନ, ଜିତୁନ ପଲେଇ ଓ ଆଶିଷ ମହାପାତ୍ରକୁ ନେଇ ସିନ୍ ରିକ୍ରିଏସନ କରିଛି। ଭାବିନାରାୟଣପୁର ସ୍ଥିତ ଭଲିବଲ ପଡ଼ିଆ, ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି, ସେହି ପଡ଼ିଆକୁ ଅଭିଯୁକ୍ତ ମାନଙ୍କୁ ନିଆଯାଇଛି। ଯେଉଁ ସ୍ଥାନରୁ ସୁଧୀରଙ୍କୁ ଅପହରଣ କଲେ ଏବଂ ପରେ କେଉଁ କେଉଁ ସ୍ଥାନକୁ ନେଇ ପିଟି ପିଟି ମାରିଥିଲେ ତାହା ଦେଖାଇଛନ୍ତି ଅଭିଯୁକ୍ତ ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କରପଲ୍ଲୀ ଗାଁର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଏପ୍ରିଲ ୧୫ ତାରିଖରେ ଭଲିବଲ୍ ଖେଳି ଫେରୁଥିବା ବେଳେ ଅପହରଣ କରାଯାଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ସୁଧୀରଙ୍କ ଝିଆରି ନିବେଦିତା ପାତ୍ର, ତାଙ୍କ ପ୍ରେମିକ କାଳୁ ପ୍ରଧାନ ଏବଂ ପୁତୁରା ତୁଷାର ପାତ୍ର। ସୁଧୀରଙ୍କୁ ଅପହରଣ କରି ପରିବାର ଲୋକଙ୍କ ଠାରୁ ୨ କୋଟି ଟଙ୍କାର ମୁକ୍ତିପଣ ମାଗିବା ଯୋଜନା ଥିଲା। ଏଥିପାଇଁ ବିହାରରୁ ପେସାଦାର ସୁପାରୀ କିଲର୍ ସୂର୍ଯ୍ୟ ପ୍ରତାପ ସିଂହ ଓ ତାଙ୍କ ଗ୍ୟାଙ୍ଗକୁ ୧ କୋଟି ଟଙ୍କା ଦେବାର ଡିଲ୍ ହୋଇଥିଲା। ବାକି ୧ କୋଟି ନିଜେ ଝିଆରି, ପୁତୁରା ଓ ପ୍ରେମିକ ବାଣ୍ଟିନେଇଥାନ୍ତେ। ସାତ ଦିନ ପରେ ଜଙ୍ଗଲରୁ ତାଙ୍କର ଗଳିତ ଶବ ମିଳିଥିଲା।ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରିଛି।
Powered by Froala Editor