ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ
ନୂଆଦିଲ୍ଲୀ : ରାଘବ ଚଢାଙ୍କୁ ବଡ ଝଟକା। ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ନିଷ୍ପତ୍ତି ପରେ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ଇନଷ୍ଟାଗ୍ରାମରେ ତାଙ୍କୁ ଅନଫଲୋ କରିଛନ୍ତି। ଏପ୍ରିଲ ୨୩ ତାରିଖରେ ରାଘବଙ୍କର ଇନଷ୍ଟାଗ୍ରାମରେ ୧୪.୬ ନିୟୁତ ଫଲୋଅର୍ସ ଥିଲେ। ଏପ୍ରିଲ ୨୪ ତାରିଖରେ ଆମ ଆଦମୀ ପାର୍ଟି ଛାଡିବା ପରଠାରୁ ୧.୧ ନିୟୁତରୁ ଅଧିକ ଲୋକ ତାଙ୍କୁ ପ୍ଲାଟଫର୍ମରେ ଅନଫଲୋ କରିଛନ୍ତି। ରାଘବଙ୍କର ବର୍ତ୍ତମାନ ଇନଷ୍ଟାଗ୍ରାମରେ ୧୩.୫ ନିୟୁତ ଫଲୋଅର୍ସ ଅଛନ୍ତି – ଯାହା ଦ୍ରୁତ ଗତିରେ ହ୍ରାସ ପାଉଛି।
ସୂଚନାଯୋଗ୍ୟ ଯେ ରାଘବ ଚଢା ଗତକାଲି ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଇଥିଲେ। ତାଙ୍କ ସହିତ ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ବିକ୍ରମ ସାହାନି, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା ଏବଂ ହରଭଜନ ସିଂହ ମଧ୍ୟ ଇସ୍ତଫା ଦେଇଥିଲେ। କେବଳ ରାଘବ, ସନ୍ଦୀପ ଏବଂ ଅଶୋକ ବିଜେପିରେ ଯୋଗ ଦେଇଛନ୍ତି।
Powered by Froala Editor