ରାଘବ ଚଢା, ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ଛାଡିଲେ ଆପ୍
ନୂଆଦିଲ୍ଲୀ : ଆପ୍ ଛାଡିଲେ ସାଂସଦ ରାଘବ ଚଢା। ‘ଆମ ଆଦମୀ ପାର୍ଟି’ର ପ୍ରତିଷ୍ଠାତା ସଦସ୍ୟ ଏବଂ ରାଜ୍ୟସଭା ସାଂସଦ ରାଘବ ଚଢା ଏକ ସାମ୍ବାଦିକ ସମ୍ମିଳନୀ କରି ଦଳ ଛାଡିବା ଘୋଷଣା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆମ ଆଦମୀ ପାର୍ଟି ଏହାର ମୂଳ ମୂଲ୍ୟବୋଧରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛି, ଏବଂ ଫଳସ୍ୱରୂପ, ସେ ଏବେ ଲୋକଙ୍କ ସହିତ ପୁନଃ ସଂଯୋଗ ସ୍ଥାପନ କରିବା ପାଇଁ ଦଳ ଛାଡୁଛନ୍ତି। ରାଘବଙ୍କ ସହ ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଆପ୍ ଛାଡିଛନ୍ତି।
Powered by Froala Editor