ପ୍ଲଟ ବ୍ୟବସାୟୀ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ୍, ହତ୍ୟା ଘଟଣା ପଛରେ ରହିଛି ପରିବାର ଲୋକଙ୍କ ସମ୍ପୃକ୍ତି
ବ୍ରହ୍ମପୁର: ଗଞ୍ଜାମ ଜିଲାର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ହତ୍ୟା ଘଟଣା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି। ଘଟଣାରେ ମୋଟ୍ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ପି। ଘଟଣାରେ ବ୍ୟବସାୟୀଙ୍କ ଝିଆରୀ ନିବେଦିତା ପାତ୍ର ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍ କାଳୁ ପ୍ରଧାନ ଯୋଜନା କରିଥିଲେ । ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ ଥିଲେ। ବ୍ୟବସାୟୀଙ୍କୁ ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦିଆଯାଇଥିବା ଜଣାପଡିଛି। ଏହି ମାମଲାରେ ଏକାଧିକ ଅଭିଯୁକ୍ତ ଫେରାର ରହିଥିବା ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି।
Powered by Froala Editor