ମେ’ ପହିଲାରୁ ରବି ଧାନ କିଣିବେ ସରକାର
ଭୁବନେଶ୍ବର: ମେ’ ପହିଲାରୁ ଚାଷୀଙ୍କ ପାଖରୁ ରାଜ୍ୟ ସରକାର ରବି ଧାନ କିଣିବେ। ଧାନ କିଣା ପ୍ରକ୍ରିୟା ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ବାଲେଶ୍ବର, ବରଗଡ଼, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ଖୋରଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି।
ରବି ଧାନ ବିକ୍ରି ନିମନ୍ତେ ଚାଷୀ ମାର୍ଚ୍ଚ ୧୦ରୁ ୨୫ତାରିଖ ମଧ୍ୟରେ ପଞ୍ଜୀକରଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିଗୁଡିକରେ ଚାଷୀଙ୍କ ନିମନ୍ତେ ବିଶୁଦ୍ଧ ପାନୀୟଜଳ ଏବଂ ଶୌଚାଳୟ ଆଦି ବ୍ୟବସ୍ଥା କରାଯିବ। ପଡ଼ୋଶୀ ରାଜ୍ୟରୁ ରାଜ୍ୟ ଭିତରକୁ ଯେପରି ଧାନ ନଆସେ ସେଥିପାଇଁ ସୀମା ସିଲ୍ କରିବାକୁ ସମବାୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।
Powered by Froala Editor