କୁଏତ ଓ ବାହାରିନ ଉପରେ ଇରାନର ଡ୍ରୋନ୍ ଆକ୍ରମଣ
କୁଏତ ସିଟି: କୁଏତ ଓ ବାହାରିନ ଉପରେ ଶନିବାର ଇରାନ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଜରିଆରେ ଆକ୍ରମଣ କରିଛି। ଇରାନର ଆକ୍ରମଣକୁ ଦୃଷ୍ଟିରେ ରଖି କୁଏତ ଓ ବାହାରିନ୍ ସରକାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥିବା ଜଣାପଡ଼ିଛି। ଏ ନେଇ ବାହାରିନ୍ ସରକାରଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଦର୍ଶାଯାଇଛି ଇରାନ ତରଫରୁ ଶନିବାର ଆକ୍ରମଣ ହୋଇଥିଲା। ତେବେ କୁଏତ ଓ ବାହାରିନ୍ର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗୁଁ ବିଶେଷ କିଛି ହୋଇ ନାହିଁ। ଇରାନ ତୁରନ୍ତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ବନ୍ଦ କରିବାକୁ ବାହାରିନ୍ ତରଫରୁ ଦାବି ହୋଇଛି। ଏହି ଆକ୍ରମଣର କିଛି ସମୟ ପୂର୍ବରୁ ଆମେରିକା ତରଫରୁ ଗଣମାଧ୍ୟମକୁ ଏକ ସୂଚନା ପ୍ରଦାନ କରା ଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଇରାନ ତରଫରୁ ହାର୍ମୁଜ ଉପରେ ଆକ୍ରମଣ ପାଇଁ ଇରାନ ତରଫରୁ ଉଦ୍ୟମ କରାଯାଇଥିଲା। ତେବେ ଆମେରିକା ସେନା ତାହାକୁ ବିଫଳ କରି ଦେଇଥିଲା।
Powered by Froala Editor