ଜିଲା କାରାଗାରରୁ ବିଚାରଧିନ କଏଦୀ ଫେରାର
ଭବାନୀପାଟଣା: କଳାହାଣ୍ଡି ଜିଲା କାରାଗାରରୁ ଜଣେ ବିଚାରଧିନ କଏଦୀ ଫେରାର ମାରିଛି। ଫେରାର କଏଦୀ ଜଣକ ସଦର ଥାନା ଅନ୍ତର୍ଗତ ଠେମରା ଗାଁର ଜଗନ୍ନାଥ ଶବର ବୋଲି ଜଣାପଡିଛି। ସଦର ଥାନା ଅଞ୍ଚଳର ୩ଟି ଚୋରି ମାମଲାରେ ଗତ ଫେବ୍ରୁଆରୀ ୧୪ ତାରିଖରୁ ସେ ବିଚାରଧିନ କଏଦୀ ଭାବରେ ସ୍ଥାନୀୟ ଜିଲା କାରାଗାରରେ ଥିଲା। ଗତକାଲି ରାତି ୧୨ଟା ୫୬ ମିନିଟରେ ଜେଲ ପାଚେରୀ ଡେଇଁ ଫେରାର ମାରିଥିବା ଜଣାପଡିଛି। ଟାଉନ୍ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାର ଯାଞ୍ଚ ପାଇଁ ସନ୍ଧ୍ୟାରେ ଡିଜି ଜିଲା କାରାଗାରରେ ପହଞ୍ଚିବେ ବୋଲି ଜେଲ୍ ଅଧୀକ୍ଷକ ସରୋଜ କୁମାର ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Powered by Froala Editor