ଦଣ୍ଡ ନାଚ ପାଇଁ ଷ୍ଟେଜ ଭିଡୁଥିବା ବେଳେ ୩ ଦଣ୍ଡୁଆ ମୃତ
ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଦଣ୍ଡ ନାଚ ପାଇଁ ଷ୍ଟେଜ ଭିଡୁଥିବା ବେଳେ ୧୧କେଭି କେବୁଲ ଲାଗି ୩ ଦଣ୍ଡୁଆଙ୍କ ଜୀବନ ଚାଲିଗଲା । ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ଦିବାକର ସାହୁଙ୍କ ପୁଅ ସୁଧାକର ସାହୁ (୩୨), କମ୍ପୁ ସାହୁଙ୍କ ପୁଅ ଲକ୍ଷ୍ମୀଧର ସାହୁ(୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪)। ୫ ଜଣ ଦଣ୍ଡୁଆ ୧୧ କେଭି ତାର ସଂସ୍ପର୍ଶରେ ସଂସ୍ପର୍ଶରେ ଆସିଥିବାବେଳେ ସେମାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ୨ ଜଣ ଏବେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ ଗ୍ରାମରେ ମା କାଳୀଙ୍କ ଦଣ୍ଡ ନାଚ ପାଇଁ କିଛିଜଣ ଷ୍ଟେଜ ଭିଡୁଥିଲେ। ଏହି ସମୟରେ ଲୁହା ପାଇପ ୧୧କେଭି କେବୁଲରେ ଲାଗି ଚାରିଜଣ ଗୁରୁତର ହୋଇଥିଲେ। ପ୍ରଥମେ ସେମାନଙ୍କୁ ଅନ୍ୟମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।
ଗୁରୁତର ଭାବେ ପ୍ରଫୁଲ୍ଲ ଚିକିତ୍ସିତ ହେଉଛନ୍ତି। ତା’ଙ୍କ ଗୋଡ଼ ଏବଂ ହାତ ପୋଡି ଯାଇଛି। ଘଟଣାର ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor