ଆଶା ଭୋସଲେଙ୍କୁ ହୃଦଘାତ
ଲୋକପ୍ରିୟ ଗାୟିକା ଆଶା ଭୋସଲେ ଶନିବାର ହୃଦଘାତ ହେବା ପରେ ତାଙ୍କୁ ତୁରନ୍ତ ମୁମ୍ବାଇର ପ୍ରସିଦ୍ଧ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟା ଆଶାଜୀଙ୍କୁ ବର୍ତ୍ତମାନ ହସ୍ପିଟାଲର ଜରୁରୀକାଳୀନ ୟୁନିଟ୍ରେ ରଖାଯାଇଛି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ଯେ, ଆଶାଜୀ ହୃଦ୍ଘାତ ଏବଂ ଶ୍ୱାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି ଏବଂ ସେ ଜୀବନ ରକ୍ଷାକାରୀ ବ୍ୟାବସ୍ଥା ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି।
ଏହି ଖବର ପ୍ରସାରିତ ହେବା ପରେ ପ୍ରସଂଶକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ସେଲାର ହସ୍ପିଟାଲ୍ରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଆଶାଙ୍କ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ହସ୍ପିଟାଲ୍ରେ ଉପସ୍ଥିତ ଅଛନ୍ତି।
ଆଶା ଭୋସଲେ ହେଉଛନ୍ତି ଭାରତୀୟ ସଙ୍ଗୀତର ଏକ ଅନନ୍ୟ ପରିଚୟ। ୨୦୦୦ ମସିହାରେ 'ଦାଦା ସାହେବ ଫାଲକେ' ଏବଂ ୨୦୦୮ରେ 'ପଦ୍ମ ବିଭୂଷଣ' ସମ୍ମାନରେ ସେ ସମ୍ମାନିତ। ଏ.ଆର ରହମାନଙ୍କ ସହ 'ତନ୍ହା ତନ୍ହା' ଏବଂ 'ରଙ୍ଗୀଲା ରେ' ଭଳି ଗୀତ ଗାଇ ସେ ନିଜକୁ ସବୁ ପିଢ଼ିର ପ୍ରିୟ ଭାବେ ଗଢ଼ି ତୋଳିଥିଲେ।
Powered by Froala Editor