ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
ଆମ ସ୍ବାସ୍ଥ୍ୟ ପାଇଁ ଭିଟାମିନ୍ ‘ସି’ ଅନେକାଂଶରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଶ୍ୱାସକ୍ରିୟାଜନିତ ସମସ୍ୟାରୁ କେତେକାଂଶରେ ଉପଶମ ଦେଇଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ନିୟମିତ ଭିଟାମିନ୍ ‘ସି’ଯୁକ୍ତ ଖାଦ୍ୟ ଖାଇବାକୁ ୟୁନିଭର୍ସିଟି ଅଫ୍ ଲଣ୍ଡନର ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଏହାସହ ନିୟମିତ ସମୟ ବ୍ୟବଧାନରେ ଏହାଦ୍ୱାରା ସେମାନେ ଏଭଳି ସମସ୍ୟାରୁ କେତେ ଉପଶମ ଲାଭ କରୁଛନ୍ତି ତାହାକୁ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତି ଶ୍ୱାସକ୍ରିୟାଜନିତ ସମସ୍ୟାରୁ କେତେକାଂଶରେ ଉପଶମ ଲାଭ କରୁଥିବାର ଜଣାପଡିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ଉପକାରୀ ସାବ୍ୟସ୍ତ ହୋଇଥାଏ। ହୃତ୍ପିଣ୍ଡକୁ ମଧ୍ୟ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରେ। ରକ୍ତରେ ୟୁରିକ୍ ଏସିଡର ସ୍ତରକୁ ମଧ୍ୟ ଏହା ସନ୍ତୁଳିତ ରଖେ। ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।
Powered by Froala Editor