ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
ଅଭିନେତ୍ରୀ ହଂସିକା ମୋଟୱାନୀ ପୂର୍ବତନ ନଣନ୍ଦ ତଥା ଟିଭି ଅଭିନେତ୍ରୀ ମୁସ୍କାନ୍ ନାନସି ଜେମ୍ସଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହଂସିକାଙ୍କ ଅଭିଯୋଗ ଅନୁସାରେ, ମୁସ୍କାନ୍ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଘରୋଇ ହିଂସା ଭଳି ସଙ୍ଗୀନ ଓ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଏହି ମାମଲା ପଛରେ ଏକ ୨୭ ଲକ୍ଷ ଟଙ୍କାର ଋଣ ବିବାଦ ରହିଥିବା ଜଣାପଡ଼ିଛି।
ପୂର୍ବରୁ ମୁସ୍କାନ୍ ମଧ୍ୟ ହଂସିକା ଓ ତାଙ୍କ ପରିବାର ବିରୋଧରେ ନିର୍ଯାତନା ଏବଂ ଦାମୀ ଉପହାର ଦାବି କରିଥିବା ନେଇ ଏକ FIR ଦେଇଥିଲେ। ହଂସିକା ଏହି FIR କୁ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ହାଇକୋର୍ଟ ଏହି ମାମଲାରେ ନୋଟିସ୍ ଜାରି କରିଛନ୍ତି। ହଂସିକାଙ୍କ ଦାବି ଅନୁସାରେ, ମୁସ୍କାନ୍ ତାଙ୍କଠାରୁ ୨୭ ଲକ୍ଷ ଟଙ୍କା ଋଣ ନେଇଥିଲେ, ଯାହାକୁ ଫେରସ୍ତ ନକରିବା ପାଇଁ ସେ ଏଭଳି ମିଥ୍ୟା ଅପପ୍ରଚାର କରୁଛନ୍ତି। ମୁମ୍ବାଇ ସେସନ୍ସ କୋର୍ଟରେ ୨ କୋଟିର ମାନହାନି ମାମଲା ସହ ଅନ୍ଧେରୀ ମାଜିଷ୍ଟ୍ରେଟ୍ କୋର୍ଟରେ କ୍ରିମିନାଲ୍ କେସ୍ ମଧ୍ୟ କରିଛନ୍ତି ହଂସିକା। ହଂସିକାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, ଅଭିନେତ୍ରୀଙ୍କ ସମ୍ମାନକୁ ହାନି ପହଞ୍ଚାଇବା ପାଇଁ ଏହା ଏକ ଷଡ଼ଯନ୍ତ୍ର।
Powered by Froala Editor