୧୬ ଜିଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ଧରି କାଳବୈଶାଖୀ ବର୍ଷା ପ୍ରଭାବ ରହିଛି। ବର୍ଷା ପବନ ଫଳରେ କେଉଁଠି ଗଛ ଉପୁଡୁଛି ତ କେଉଁଠି ନଷ୍ଟ ହେଉଛି ପରିବା।
ରାଜ୍ୟର ଅନେକ ସ୍ଥାନରେ ଆଜି ମଧ୍ୟ କାଳବୈଶାଖୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଘୂର୍ଣ୍ଣିବଳୟ ଓ ଟ୍ରପ ଲାଇନ ପ୍ରଭାବରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୬ ଜିଲାରେ ବିଜୁଳି, ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଟ୍ରପ ଲାଇନ ପ୍ରଭାବରେ ରାଜ୍ୟରେ ଆଉ ୩ ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି।
Powered by Froala Editor