ପାରିବାରିକ କଳହରୁ ଆତ୍ମହତ୍ୟା କଲେ ଅଭିନେତ୍ରୀ
ଟିଭି ଅଭିନେତ୍ରୀ ସୁଭାଷିନୀ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ସମଗ୍ର ତାମିଲ ଟିଭି ଶିଳ୍ପକୁ ସ୍ତବ୍ଧ କରିଦେଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା ପୂର୍ବରୁ ସ୍ବାମୀଙ୍କ ସହ ତାଙ୍କର ଝଗଡା ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଭାଷିନୀଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସୁଭାଷିନୀ ତାଙ୍କ ସ୍ବାମୀଙ୍କ ସହ ଭିଡିଓ କଲ ମାଧ୍ୟମରେ କଥା ହୋଇଥିଲେ। ଏହି କଥାବାର୍ତ୍ତା ସମୟରେ ଏକ ପାରିବାରିକ ବିବାଦ ଉପୁଜିଥିଲା, ଯାହା ଫଳରେ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିଲେ। ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ସେ ସନ ଟିଭିରେ ପ୍ରସାରିତ ଧାରାବାହିକ ‘କାୟଲ’ରେ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରୁଥିଲେ।
ସୁଭାଷିନୀ ଅଭିନୟ କ୍ୟାରିୟର ପୂର୍ବରୁ ବିଭିନ୍ନ ଟିଭି ଶୋ ଏବଂ ଇଭେଣ୍ଟ ପାଇଁ ଆଙ୍କର୍ ଭାବରେ କାମ କରିଥିଲେ। ସୁଭାଷିନୀ ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀ ୨୧ ଏପ୍ରିଲରେ ପାଳନ କରିବାର କାର୍ଯ୍ୟକ୍ରମ ଥିଲା। ସେ ଚେନ୍ନାଇର ଆୟାପ୍ପନ୍ଥାଙ୍ଗଲ ଅଞ୍ଚଳରେ ଏକ ଘରୋଇ ଆପାର୍ଟମେଣ୍ଟରେ ରହୁଥିଲେ। ଶ୍ରୀଲଙ୍କାର ମୂଳ ବାସିନ୍ଦା ସୁଭାଷିନୀ ପୂର୍ବରୁ ତାଙ୍କ ସ୍ବାମୀ ପିପିନ ସହିତ ବେଙ୍ଗାଲୁରୁରେ ରହୁଥିଲେ; କିନ୍ତୁ ତାଙ୍କ କ୍ୟାରିୟର ଯୋଗୁ ସେ ଚେନ୍ନାଇର ପୋରୁରରେ ରହୁଥିଲେ।
Powered by Froala Editor