ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’
ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପୁୟୋଦକମ୍’ର ଟ୍ରେଲର ମୁକ୍ତିଲାଭ କରିଛି । ’ପୁୟୋଦକମ୍’, ଗରୁଡ ପରାଣ ରୁ ଉଦ୍ଦୃତ ଏକ ଶବ୍ଦ , ଏହି ଚଳଚ୍ଚିତ୍ର ସାମାଜିକ ବିଚାର ଉପରେ ଦୈବୀ ବିଚାରର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରେ। ପ୍ରତ୍ୟେକ ପାପର ଫଳ ମା’ଙ୍କ ଦ୍ୱାରରେ ମିଳିଥାଏ ବୋଲି ,ଏଥିରେ ବାର୍ତ୍ତା ଦିଆଯାଇଛି। ଚଳଚ୍ଚିତ୍ରର ଗୀତଗୁଡ଼ିକରେ କାରୁଣ୍ୟମୟ ପାରିବାରିକ ନିର୍ଯାତନା ଓ ମା’ ସାରଳାଙ୍କ ଘଟଯାତ୍ରାର ଆଧ୍ୟାତ୍ମିକ ଦୃଶ୍ୟ ସ୍ଥାନ ପାଇଛି।
ସାମାଜିକ ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଏହି ଅନନ୍ୟ କାହାଣୀକୁ ଦେଖିବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଛି ପ୍ରଯୋଜନା ସଂସ୍ଥା । ଗୁନଗୁନ୍ , ଅଭିଷେକ ଗୀରି , ଗାର୍ଗୀ, ଶ୍ରୀତମ ଦାସ ଏବଂ ଶୁଭ୍ରାସୁଂକ ଭଳି ଅଭୀନେତା ଅଭୀନୟ କରିଛନ୍ତି । ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଏହା ଏକ ଭିନ୍ନ ଚିନ୍ତାଧାରାର ଚଳଚ୍ଚିତ୍ର । ଯାହାକୁ ଲୋକେ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି ।
Powered by Froala Editor