ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ
ରାଣୀ ପଣ୍ଡା ଏକ ବଡ ଘୋଷଣା କରିଛନ୍ତି । ବଲିଉଡ୍ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା ମଞ୍ଚରେ ଅଭିନୟ କରିବେ। ସୁପରଷ୍ଟାର ପୁନିତ୍ ଇସର ଯିଏ କି ମହାଭାରତରେ ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତି ଲାଭ କରିଛନ୍ତି। ସେ ଅନେକ ସିନେମାରେ ମଧ୍ୟ ଅଭିନୟ କରିସାରିଛନ୍ତି। ଏଥର ଆପଣମାନେ ତାଙ୍କୁ ଯାତ୍ରା ମଞ୍ଚ ‘ନାଟ୍ୟମଣ୍ଡପ’ରେ ଦେଖିବାର ସୁଯୋଗ ପାଇବେ ବୋଲି ମୋର ଆଶା ବୋଲି ରାଣୀ କହିଛନ୍ତି।
ଏକ ଭିଡିଓରେ ରାଣୀ ପଣ୍ଡା କହିଛନ୍ତି, ମୁଁ ଆପଣମାନଙ୍କୁ କହିଥିଲି ବଲିଉଡ୍ର ଜଣେ ସୁପରଷ୍ଟାର ମୋ’ ଯାତ୍ରାରେ ଅଭିନୟ କରିବେ ଯାହା ପୂର୍ବରୁ ଜଣାଇଥିଲି। ସେହି ସୁଯୋଗ ମିଳିଛି। ସେହିପରି ପୁନିତ ମଧ୍ୟ ଓଡ଼ିଶାବାସୀଙ୍କୁ କହିଛନ୍ତି, ଡେଞ୍ଜର ଦୁର୍ଯ୍ୟୋଧନ ଆପଣଙ୍କ ସାମ୍ନାକୁ ଖୁବ୍ଶୀଘ୍ର ଆସୁଛି।
Powered by Froala Editor