କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ଦୁବେ
ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ ମୋ ବ୍ୟକ୍ତିଗତ। ମୁଁ ଗାନ୍ଧୀ ପରିବାର ବିଷୟରେ କହିଥିଲି। ମାତ୍ର ମୋ କଥାର ଭୁଲ ଅର୍ଥ ବାହାର କରାଯାଇଥିଲା। ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଥିଲେ ମୁଁ କ୍ଷମାପ୍ରାର୍ଥନା କରୁଛି। ବିଜୁବାବୁ ଆମ ପାଇଁ ସର୍ବଦା ଷ୍ଟେଟସ୍ ମ୍ୟାନ୍ ଥିଲେ ଓ ରହିବେ।
ପୂର୍ବରୁ ମଧ୍ୟ ବିଜୁ ପଟ୍ଟନାୟକ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସ୍ପଷ୍ଟ କରିଥିଲେ ନିଶିକାନ୍ତ। ସେ କହିଥିଲେ ମୁଁ ମୋର କୌଣସି ଟ୍ବିଟ୍ରେ ବିଜୁ ବାବୁଙ୍କୁ ଟାର୍ଗେଟ୍ କରି ନ ଥିଲି। ଯଦି ମୋ ଟ୍ବିଟ୍ କାହାକୁ ଆଘାତ ଦେଇଥାଏ, ତାହେଲେ ମୁଁ ତାଙ୍କୁ ବୁଝାଇବି। ବିଜୁ ବାବୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ଥିଲେ। ବିଜେପି ତାଙ୍କୁ ପୁରା ସମ୍ମାନ କରେ। ଯେତେବେଳେ କଂଗ୍ରେସ ବିଜୁ ବାବୁଙ୍କ ପ୍ରତି ଅନ୍ୟାୟ କରିଥିଲା। ସେତେବେଳେ ଜନସଂଘ ଓ ବିଜେପି ତାଙ୍କ ପାଇଁ ଛିଡ଼ା ହୋଇଥିଲା।
Powered by Froala Editor