ଗୋଟିଏ ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଲୋମ ଟାଙ୍କୁରା ଘଟଣା ଘଟିଛି। ସିବିଲ ଲାଇନ୍ ଥାନା ସରବଟ ମଦନୀଆ କଲୋନୀରେ ଗୋଟିଏ ଘରୁ ୪ ସଦସ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ହେଲେ ଇରସାଦ(୩୨), ତାଙ୍କ ପତ୍ନୀ ନୁରିନ୍ (୨୮), ୨ ବର୍ଷର ପୁଅ ଆହିଲ ଏବଂ ୧ ମାସର ଝିଅ ଅକ୍ଷ। ସ୍ଥାନୀୟ ପୁଲିସର କହିବାନୁଯାୟୀ ଇରସାଦ ଜଣେ ରଙ୍ଗ ମିସ୍ତ୍ରୀ ଥିଲେ। ଗତକାଲି ଯେତେବେଳେ ଦୀର୍ଘ ସମୟ ଧରି କେହି ଘର କବାଟ ଖୋଲିନଥିଲେ। ସେତେବେଳେ ଇରସାଦଙ୍କ ଭାଇ ନୌଶାଦ ସେଠାରେ ପହଞ୍ଚିଥିଲେ। ଏବଂ କବାଟ ଭାଙ୍ଗି ଦେଖିଲା ବେଳକୁ ଝୁଲନ୍ତା ଅବସ୍ଥାରେ ୪ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଇରସାଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପାଇଥିବାବେଳେ ପତ୍ନୀ, ଏବଂ ଦୁଇ ଶିଶୁଙ୍କୁ ମୃତ ଅବସ୍ଥାରେ ବିଛଣାରେ ପଡିଥିବା ଦେଖିବାକୁ ପାଇଥିଲା।
Powered by Froala Editor