ରୁଷରେ ଭୟଙ୍କର ବିମାନ ଦୁର୍ଘଟଣା, ୨୯ ମୃତ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ରୁଷରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ଯେଉଁଥିରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨୩ ଜଣ ଯାତ୍ରୀ ଓ ୬ ଜଣ ବିମାନ କ୍ରୁ ମେମ୍ବର ରହିଛନ୍ତି। ରିପୋର୍ଟ ଅନୁଯାୟୀ, ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ କ୍ରିମିଆରେ ଏକ ରୁଷୀୟ ଏଏନ୍-୨୬ ସାମରିକ ପରିବହନ ବିମାନ ପଥରରେ ଧକ୍କା ଖାଇଛି। ଯେଉଁଥିରେ ସମସ୍ତ ୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ। ଏକ ସାମରିକ କମିଶନ ଘଟଣାସ୍ଥଳରେ କାର୍ଯ୍ୟ କରୁଛି।
Powered by Froala Editor