ଏପ୍ରିଲ ମାସରେ କେତେ ଦିନ ବ୍ୟାଙ୍କ ରହିବ ବନ୍ଦ ଜାଣନ୍ତୁ....
ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ ମାସରେ ବ୍ୟାଙ୍କଗୁଡ଼ିକ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ପୂରା ୧୪ ଦିନ ପାଇଁ ବନ୍ଦ ରହିବ । ତେବେ ଜାଣିନିଅନ୍ତୁ ସେହି ଛୁଟି ବିଷୟରେ ନେଚେତ୍ ଆପଣ ହଇରାଣରେ ପଡିପାରନ୍ତି ।
ଏପ୍ରିଲ ମାସ ଛୁଟି ସହିତ ଆରମ୍ଭ ହେବାକୁ ଯାଉଛି। ନୂତନ ଆର୍ଥିକ ବର୍ଷ ଆରମ୍ଭ ପାଇଁ ଏପ୍ରିଲ 1 ତାରିଖରେ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ। ଏପ୍ରିଲ 2 ତାରିଖରେ, ମୌଣ୍ଡି ଗୁରୁବାର ସେଥିପାଇଁ କୋଚି ଏବଂ ଥିରୁବନନ୍ତପୁରମରେ ବ୍ୟାଙ୍କ ସେବା ବନ୍ଦ ରହିବ। ୩ ଏପ୍ରିଲରେ ଗୁଡ୍ ଫ୍ରାଇଡେ ଯୋଗୁଁ ଅହମ୍ମଦାବାଦ, ଭୋପାଳ, ବେଙ୍ଗାଲୁରୁ, ଡେରାଡୁନ, ଗୌହାଟି, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ଦିଲ୍ଲୀ, ପାଟନା, ରାୟପୁର ଏବଂ ସିମଲା ସମେତ ଅନେକ ସହରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହା ପରେ, ୫ ଏପ୍ରିଲ ରବିବାର ଦିନ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହାର ଅର୍ଥ ହେଉଛି ପ୍ରଥମ ସପ୍ତାହରେ ମୋଟ ଚାରି ଦିନ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
ସେହିଭଳି ୧୧ ଏପ୍ରିଲ ହେଉଛି ମାସର ଦ୍ବିତୀୟ ଶନିବାର ଏବଂ ୧୨ ଏପ୍ରିଲ ରବିବାବ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୪ ଏପ୍ରିଲରେ ଡ. ଆମ୍ବେଦକର ଜୟନ୍ତୀ, ମହା ବିଷୁଭ ସଂକ୍ରାନ୍ତି, ବେଜୁ ବୈଷାଖୀ ଥିବା ହେତୁ ଅଗରତାଲା, ଅହ୍ମଦାବାଦ, ବେଙ୍ଗଲୁରୁ, ଭୁବନେଶ୍ବର, ଦେହରାଦୁନ, ଗୌହାଟୀ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, ଲକ୍ଷୌ, ମୁମ୍ବାଇ ପାଟନା, ରାଞ୍ଜି ଆଦି ସହରରେ ବ୍ୟାଙ୍କ ସେବା ବନ୍ଦ ରହିବ । ୧୫ ଏପ୍ରିଲରେ ବଙ୍ଗାଳୀ ନୂଆ ବର୍ଷ ଆରମ୍ଭ, ବିହୁ, ହିମାଚଳ ଦିବସ ଥିବା ହେତୁ ଅଗରତାଲା, ଗୌହାଟୀ, କୌଚୀ, କୋଲକତା, ସିମଲା, ଥିରୁଅନ୍ତପୁରମରେ ବ୍ୟାଙ୍କ ସେବା ବନ୍ଦ । ସେହିପରି ୧୬ ଏପ୍ରିଲରେ ବୋହାଗ ବିହୁ ଥିବା ହେତୁ ଗୌହାଟୀରେ ବ୍ୟାଙ୍କ ସେବା ବନ୍ଦ, ୧୯ ଏପ୍ରିଲ ରବିବାର ଥିବା ହେତୁ ବନ୍ଦ ରହିବ ବ୍ୟାଙ୍କ ।
୨୦ ଏପ୍ରିଲରେ ବସବ ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ଥିବା ହେତୁ ବାଙ୍ଗାଲୁରୁରେ ବ୍ୟାଙ୍କ ବନ୍ଦ, ୨୧ ଏପ୍ରିଲରେ ଗିରିଆ ପୂଜା ଥିବା ହେତୁ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୨୫ ଏପ୍ରିଲ ମାସର ଚତୁର୍ଥ ଶନିବାର ଏବଂ ୨୬ ଏପ୍ରିଲ ରବିବାର ଥିବା ହେତୁ ବ୍ୟାଙ୍କ ସେବା ବନ୍ଦ ରହିବ ।
Powered by Froala Editor