ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇବାରେ ପୋଲିସ ସଫଳ ହୋଇଛି: ସଞ୍ଜୀବ ପଣ୍ଡା
ଭୁବନେଶ୍ୱର: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି ADG ପଣ୍ଡା କହିଛନ୍ତି।
୧୫୬ ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇବାରେ ପୋଲିସ ସଫଳ ହୋଇଛି। ୨୭ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛୁ। ମାଓବାଦୀ ଦମନରେ ୯ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।
୭୮ଜଣ ମାଓବାଦୀ ଓଡ଼ିଶାରେ ଆତ୍ମସମର୍ପଣ କରିଛନ୍ତି। ଆଉ ୪୨ ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ଓଡ଼ିଶାର ୯ଟି ଜିଲା ମାଓବାଦୀ ପ୍ରଭାବିତ ଥିଲା। ଏଥିରୁ ୮ଟି ଜିଲା ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ହୋଇ ସାରିଛି। ମାଓବାଦୀ ଅପରେଶନରେ ୨୩୯ଜଣ ଯବାନ ଶହୀଦ ହୋଇଥିବା ବେଳେ ୫୯ଜଣ ସାଧାରଣ ନାଗରିକଙ୍କୁ ମାଓବାଦୀ ହତ୍ୟା କରିଥିବା ADG ପଣ୍ଡା ସୂଚନା ଦେଇଛନ୍ତି।
ଏପରିକି ଆଜି ମାଓବାଦୀ ଆତ୍ମସମର୍ପଣ ନେଇ ଥିବା ସମୟସୀମା ଶେଷ ହୋଇଛି। କାଲିଠାରୁ ଆଉ ଆତ୍ମସମର୍ପଣ ସୁଯୋଗ ମିଳିବ ନାହିଁ।
Powered by Froala Editor