ସ୍ପେସ୍କ୍ରାଫ୍ଟ ନିର୍ମାଣ ପାଇଁ ନାସାକୁ ୨ବିଲିୟନ୍ ଡଲାର୍ ଅଫର୍ ଦେଲେ ବେଜୋସ

ବିଶ୍ୱର ପ୍ରଥମ ସ୍ଥାନରେ ଥିବା ଧନୀ ବ୍ୟକ୍ତି ଜେଫ୍ ବେଜୋସ୍, ଯିଏକି କିଛିଦିନ ତଳେ ମହାକାଶ ଭ୍ରମଣ କରି ଆସିଥିଲେ । ସେ ଏବେ ପୁଣି ଚର୍ଚ୍ଚାରେ । ଆମେରିକାର ସ୍ପେସ୍ ଏଜେନ୍ସି ୨ ବିଲିୟନ୍ ଡଲାର ବିନିମୟରେ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍କୁ ଏକ ସ୍ପେସ୍ କ୍ରାଫ୍ଟ ବା ମହାକାଣ ଯାନ ନିର୍ମାଣ କରିଦେବାକୁ ସେ ନାସାକୁ ଅଫର ଦେଇଛନ୍ତି । ଏହି ଯାନ ନାସା ଆଧୁନିକ କୌଶଳରେ ପ୍ରସ୍ତୁତ ହେବ । ସ୍ପେସ୍ ଏଜେନ୍ସିର ନିଜସ୍ୱ ପାଣ୍ଠି ଅଭାବ, ସ୍ପେସ୍ ଏକ୍ସର ମହାକାଶ ମିଶନ୍ରେ ସଫଳତାର ରେକର୍ଡ ଏବଂ ଅନ୍ୟ କିଛି ନିଷ୍ପତ୍ତିକୁ ଆଧାର କରି ସ୍ପେସ୍ ଏକ୍ସ ସହ ଏହି ଚୁକ୍ତି କରାଯାଇଥିବା ନାସାର ବରିଷ୍ଠ ଅଧିକାରୀ କ୍ୟାଥି ଲୁଏଡର୍ସ କହିବା ସହିତ ସରକାରଙ୍କ ପାଇଁ ଏହା ସର୍ବୋତ୍ତମ ମୂଲ୍ୟ ବୋଲି ସେ କହିଛନ୍ତି।
ନାସା ଏପ୍ରିଲ ମାସରେ ଏହାର ପ୍ରତିଦ୍ୱନ୍ଦ୍ୱୀ ବିଲିୟନେୟାର ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସ୍ପେସ୍ ଏକ୍ସକୁ ୨୦୨୪ ମସିହା ସୁଦ୍ଧା ଚନ୍ଦ୍ର ପୃଷ୍ଠକୁ ମହାକାଶଚାରୀଙ୍କୁ ପଠାଇବା ପାଇଁ ଏକ ମହାକାଶ ଯାନ ନିର୍ମାଣ ନିମନ୍ତେ ଚୁକ୍ତି ପ୍ରଦାନ କରିଥିଲା । ଏହି ମହାକାଶଯାନ ନିର୍ମାଣ ପାଇଁ ୨.୯ ବିଲିୟନ ଡଲାରରେ ସ୍ପେସ୍ ଏକ୍ସକୁ ବିଡ୍ ଦିଆଯାଇଥିଲା । ଏଥିପାଇଁ ଆବେଦନ କରିଥିବା ବ୍ଲୁ ଅରିଜିନ୍ ଏବଂ ଡିଫେନ୍ସ କଣ୍ଟ୍ରାକ୍ଟର ଡାଇନେଟିକ୍ସର ବିଡ୍ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ବିଡ୍ରେ ବ୍ଲୁ ଅରିଜିନ୍, ଲକ୍ହିଡ୍ ମାର୍ଟିନ୍, ନର୍ଥ୍ରୋପ୍ ଗ୍ରୁମ୍ୟାନ୍ ଏବଂ ଡ୍ରାପର ସହ ପାର୍ଟନର୍ ହୋଇଥିଲା।
Powered by Froala Editor