ଲିଭ୍-ଇନ୍ରେ ରହିପାରିବେ ବିବାହିତ ପୁରୁଷ
ବିବାହିତ ପୁରୁଷ ଯଦି କୌଣସି ପ୍ରାପ୍ତ ବୟସ୍କ ମହିଳାଙ୍କ ସହ ତାଙ୍କ ସହମତିରେ ଲିଭ୍-ଇନ୍ରେ ରହିବେ ତେବେ ତାହା ଅପରାଧ ନୁହେଁ । ଆହ୍ଲାବାଦ ହାଇକୋର୍ଟ ଏହିପରି ଏକ ରାୟ ଶୁଣାଇଛନ୍ତି ।
ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଛାଡପତ୍ର ନ ନେଇ ଅନ୍ୟ ମହିଳାଙ୍କ ସହିତ ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଜଣେ ବିବାହିତ ପୁରୁଷ ଆଇନଗତ ଭାବରେ ବୈଧ ନୁହେଁ । କିନ୍ତୁ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଇନଗତ ଛାଡପତ୍ର ବିନା ଅନ୍ୟ ସାଥୀଙ୍କ ସହିତ ରହିବା ସାମାଜିକ ନୈତିକତା ଏବଂ ବୈବାହିକ ଆଇନ ବିରୁଦ୍ଧରେ ।
ବିଚାରପତି ଜେ.ଜେ ମୁନିର ଓ ବିଚାରପତି ତରୁଣ ସାକ୍ସେନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ ଯେ ନିଷ୍ପତ୍ତି ନୈତିକତାରେ ନୁହେଁ, ଆଇନ ଅନୁସାରେ ହାଇଥାଏ । ଏବେ ଏହି ଟିପ୍ପଣୀ ଉପରେ ୟୁଟର୍ଣ୍ଣ ମାରିଛନ୍ତି ନିଜେ ହାଇକୋର୍ଟ । କୋର୍ଟ ବିବାହିତ ପୁରୁଷଙ୍କ ଲିଭ ଇନ୍ ସମ୍ପର୍କ ବାବଦରେ ଉପରୋକ୍ତ ରାୟ ଶୁଣାଇଛନ୍ତି ।
Powered by Froala Editor